ଗଜପତି ଜିଲ୍ଲା ସେରଙ୍ଗ ଥାନା ପୋଲିସ ଦ୍ବାରା ୩ଚୋର ଗିରଫ ଓ ଚୋରୀ ଅଳଙ୍କାର ଜବତ
ଗଜପତି ଜିଲ୍ଲା ସେରଙ୍ଗ ଥାନାଞ୍ଚଳରେ ହୋଇଥିବା ଚୋରୀ ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି । ଚୋରୀ ହୋଇଥିବା ସମସ୍ତ ଅଳଙ୍କାରକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ବ୍ଯକ୍ତିମାନେ ହେଉଛନ୍ତି ମାରିଗୁଡା ଗ୍ରାମର ମରାଠୀ ଗିରିବାବୁ(34), ଅରୁଣ କୁମାର ପ୍ରଧାନ(୪୫) ଓ ପରିଡାର ମୂରଲୀ ନାୟକ(୪୧) ।

ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ସେରଙ୍ଗ ଥାନା ଗାଇବା ଅନ୍ତର୍ଗତ ମାରିଗୁଡା ଗ୍ରାମର ଆର.ଲକ୍ଷ୍ମୀ କୁମାରୀ ତା.୨୫-୧-୨୦୨୬ରିଖ ଦିନ ୧୧ଘଣ୍ଟା ସମୟରେ ଘରେ ତାଲା ପକାଇ ନିଜ ମାଁଙ୍କୁ ଧରି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟରେ ଥିବା ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ । ସେହିଦିନ ରାତ୍ର ପ୍ରାୟ ୧୨ଘଣ୍ଟା ସମୟରେ ଘରକୁ ଫେରିଥିଲେ । ସେତେବେଳେ ଆର.ଲକ୍ଷ୍ମୀ କଲ୍ୟାଣୀ ତାଙ୍କ ଘରର ପଛପଟ କବାଟର ହୁକ୍ ଭାଙ୍ଗି ପଶିଛି । ତାପରେ ଘରେଥିବା ଗୋଦରେଜ୍ ଆଲମିରା ର ତାଲା ଭାଙ୍ଗି ପ୍ରାୟ ୨୬୬.୭୮ ଗ୍ରାମ୍ ଓଜନର ସୁନା ଓ ରୂପା ଅଳଙ୍କାର ଚୋରୀ ହୋଇଥିବାର ଜାଣିବାକୁ ପାଇଥିଲେ । ଏନେଇ ସେ ଘଟଣା ସମ୍ପର୍କ ରେ ତା.୨୬-୧-୨୦୨୬ରିଖରେ ସେରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ସେରଙ୍ଗ ଥାନା କେସ୍ ନଂ-୦୮/୨୦୨୬ ଭାରତୀୟ ନ୍ୟାୟ ସଂହିତାର ୩୩୧(୪) ଓ ୩୦୫ଧାରାରେ ମାମଲା ରୁଜୁ କରିଥିଲା । ଏହି ମାମଲାର ତଦନ୍ତ ଡିଏସପି ଅମିତାଭ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏସ.ଆଇ ରାମକୃଷ୍ଣ ଦାସ କରୁଥିଲେ ।


ସାମ୍ବାଦିକ ସମ୍ମିଳନୀରେ ଡିଏସପି ଅମିତାଭ ପଣ୍ଡା, ସେରଙ୍ଗ ଥାନାଧିକାରୀ ଓ ତଦନ୍ତକାରୀ ଅଧିକାରୀ ଉପସ୍ଥିତ ଥିଲେ । ଖୁବ୍ କମ ସମୟ ମଧ୍ଯରେ ପୋଲିସ ଚୋରୀ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଚୋରୀ ସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇଥିବାରୁ ଅଭିଯୋଗକାରିଣୀ ଆର. ଲକ୍ଷ୍ମୀ କଲ୍ୟାଣୀ ଓ ତାଙ୍କ ପରିବାର ତରଫରୁ ଫୁଲତୋଡା ଓ ଉପଢୈାକନ ପ୍ରଦାନ କରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡାଙ୍କ ସମେତ ଅନ୍ଯ ପୋଲିସ ଅଧିକାରୀଙ୍କୁ ସମର୍ଦ୍ଧିତ କରାଯାଇଥିଲା ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
