November 28, 2025
Home » ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ପ୍ରତିବାଦ ସଭା

ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ପ୍ରତିବାଦ ସଭା

0
WhatsApp Image 2025-11-26 at 5.29.25 PM

 

ନୂଆଦିଲ୍ଲୀ ଠାରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ହୋଇଥିବା ଆନ୍ଦୋଳନର ୫ବର୍ଷ ପୂର୍ତ୍ତି ଅବସରରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସଂଯୁକ୍ତ କୃଷକ ମୋର୍ଚ୍ଚାର କେନ୍ଦ୍ରୀୟ କମିଟିର ନିଷ୍ପତି ଓ ରାଜ୍ୟ କମିଟିର ନିଷ୍ପତି କ୍ରମେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଓଡିଶା କୃଷକ ମୋର୍ଚ୍ଚାର ରଜ୍ୟ ସଦସ୍ୟ ଦଣ୍ଡପାଣି ରଇତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ନୂଆ ବସଷ୍ଟାଣ୍ଡ ଠାରୁ ୫ଟି ସଂଗଠନର ଶତାଧିକ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ କୃଷକ ବିରୋଧି କର୍ପୋରେଟ ସପକ୍ଷବାଦୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ସ୍ଲୋଗାଲ ଦେଇଥିଲେ । ଏହାପରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଜିଲ୍ଲା ଶାଖା ତରଫରୁ ମହାମହିମ ରାଷ୍ଟ୍ରପତି ଉଦ୍ଧେଶ୍ୟରେ ୧୦ ଦଫା ସମ୍ବଳିତ ଏକ ସ୍ମାରକପତ୍ର ଗଜପତି ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଥିଲା ।

ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମୁନିନ୍ଦ୍ର ହୋନାଗା ସ୍ମାରକ ପତ୍ରଟି ଗ୍ରହଣ କରିଥିଲେ । ସେଥିରେ ଚାଷୀର ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ସୁନିଶ୍ଚିତ କରିବା, ଚାଷୀ ଓ ଚାଷ ବିରୋଧୀ ପ୍ରସ୍ତାବିତ ବିହନ ବିଲ୍ କୁ ପ୍ରତ୍ୟାହାର କରିବା, ଶ୍ରମିକ ବିରୋଧୀ ତଥା କର୍ପୋରେଟ ସପକ୍ଷବାଦୀ ୪ଟି ଶ୍ରମ କୋଡ୍ ବାତିଲ କରିବା ସମେତ ୧୦ଟି ଦାବୀ ଉଲ୍ଲେଖ ରହିଛି ।

 

ଏହି ସ୍ମାରକପତ୍ର ପ୍ରଦାନ ବେଳେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଗଜପତି ଜିଲ୍ଲା ଶାଖାର ସମ୍ପାଦକ-ଏମ.ବାଙ୍ଗାରୀ, ଏଆଇକେଏମଏସ ର ଜିଲ୍ଲା ସମ୍ପାଦକ-କେଦାର ଶବର, ଅଲ୍ ଇଣ୍ଡିଆ ଅଗ୍ରଗାମୀ କିଶାନ ସଭା(ଏଆଇଏକେଏସ୍‌)ର ଜିଲ୍ଲା କମିଟି ସଦସ୍ୟ- ପି.ମୂରଲିକ୍ରିଷ୍ଣା, ରୟତ କୁଲି ରୟତ ସଂଘର ଜିଲ୍ଲା ସମ୍ପାଦକ- ଆର.ଲୋକନାଥମ, ଏଆଇଟିୟୁସି ର ଜିଲ୍ଲା ସଂଯୋଜକ- ନରସିଂହ ମାଳବିଶୋଇ, ଜିଲ୍ଲା କମିଟି ସଦସ୍ୟ-ଇସ୍ରାଏଲ୍ ମାଳି, ଅନୂପ ଭୂୟାଁ, ମୋହିତ ମିଶାଲ ପ୍ରମୁଖ ଉପସ୍ଥିତ ଥିଲେ ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *