July 28, 2025
Home » ଗଜପତି ଜିଲ୍ଲାର ୩୧ତମ ଜିଲ୍ଲାପାଳ ଭାବେ ମଧୁମିତାଙ୍କ ଦାୟିତ୍ୱ ଗ୍ରହଣ

ଗଜପତି ଜିଲ୍ଲାର ୩୧ତମ ଜିଲ୍ଲାପାଳ ଭାବେ ମଧୁମିତାଙ୍କ ଦାୟିତ୍ୱ ଗ୍ରହଣ

0
WhatsApp Image 2025-07-28 at 11.59.08 AM

ଗଜପତି ଜିଲ୍ଲାର ୩୧ତମ ଜିଲ୍ଲାପାଳ ଭାବେ ୨୦୨୦ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମଧୁମିତା ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମତୀ ମଧୁମିତା ଏହାପୂର୍ବରୁ ଗଞ୍ଜାମ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦାୟିତ୍ୱରେ ରହିଥିଲେ । ୩୦ତମ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି ହୋଇଛି । ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ ବେଳେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ, ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶଙ୍କର କେର୍କେଟା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଏମ୍.ଏମ୍. ଅଲ୍ଲୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲା ଗଠନ ହେବା ପରଠୁ ମୋଟ ୩୧ ଜଣ ଜିଲ୍ଲାପାଳ ଦାୟିତ୍ୱଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ଶ୍ରୀମତୀ ମଧୁମିତାଙ୍କୁ ମିଶାଇ ୧୫ଜଣ ଜିଲ୍ଲାପାଳ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ହୋଇଥିବା ବେଳେ ୧୬ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ଅଟନ୍ତି ।

ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *