December 28, 2025
Home » ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିଲା କରପଡା ସର୍ଚ୍ଚ ଓ ରେସକ୍ୟୁ ଟିମ

ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିଲା କରପଡା ସର୍ଚ୍ଚ ଓ ରେସକ୍ୟୁ ଟିମ

0
WhatsApp Image 2025-10-26 at 8.59.54 PM

 

ଛତ୍ରପୁର: ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଅଗ୍ନିଶମ ସଂସ୍ଥା ଓ ବିପର୍ଯ୍ୟୟ ପ୍ରଶମନ ଏକାଡେମୀ, ଭୁବନେଶ୍ୱର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ସାରା ଓଡିଶାର ୨୧ ଗୋଟି ଜ଼ିଲ୍ଲାରୁ ବହୁ ସନ୍ଧାନ ଓ ଉଦ୍ଧାର ଏବଂ ପ୍ରାଥମିକ ଚିକିତ୍ସା କୌଶଳ ପ୍ରଦର୍ଶନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ଯସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପାଇଁ ବହୁ ପ୍ରତିଯୋଗୀ ଟିମ୍ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ଗଞ୍ଜାମ ଜ଼ିଲ୍ଲା ପ୍ରସାଶନ ଦ୍ୱାରା ରାଜ୍ଯସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ, କରପଡ଼ାର ଟିମ୍ କୁ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତାରେ କରପଡା ସର୍ଚ୍ଚ ଓ ରେସକ୍ୟୁ ଟିମ୍ ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଗଞ୍ଜାମ ଜିଲ୍ଲାର ଗୌରବ ଆଣିଛନ୍ତି ।

ସୂଚନା ଥାଉକି, କରପଡ଼ା ଟିମ୍ ନିଜର ପାରଦର୍ଶିତା ପ୍ରଦର୍ଶନ କରି ୨୦୨୪ ମସିହାରେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ଚଳିତବର୍ଷ ସମ୍ପାଦକ ଶ୍ରୀ ରାମଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟଗଣ କଠିନ ରୁ କଠିନ ପରିଶ୍ରମ କରି ଉତ୍ତମ ପ୍ରଦର୍ଶନ କରି ନିଜର ପାରଦର୍ଶିତା ପ୍ରଦର୍ଶନ କରି ରାଜ୍ୟସ୍ତରରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି l ଉକ୍ତ ଟିମ୍ ର ସମ୍ପାଦକ ତଥା କରପଡା ଅଞ୍ଚଳର ଯୁବ ସମାଜ ସେବୀ ଶ୍ରୀ ରାମଚନ୍ଦ୍ର ନାୟକ ଓ ଏନଜିଓ ନୋଡାଲ ପ୍ରତିନିଧି ଶ୍ରୀ. ଟୁନା ମହାରଣା ଙ୍କ ନେତୃତ୍ୱରେ ସମସ୍ତ ମୀନାକ୍ଷୀ ନାୟକ,ସ୍ମୃତି ଚର୍ତ୍ତି, ଶ୍ରଦ୍ଧାଞ୍ଜଳି ଚୌଧୁରୀ, ରୀତୁନ କୁମାର ମହାପାତ୍ର, ମୋହନ ନାୟକ, ଶଙ୍କର ନାୟକ, ରୁଦ୍ର ନାୟକ ପ୍ରମୁଖ ଏହି ଟିମ୍ ରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ l ବାତ୍ୟା ଆଶ୍ରସ୍ଥଳୀ ର ଟିମ୍ ରାଜ୍ୟସ୍ତରୀୟ ସନ୍ଧାନ ଓ ଉଦ୍ଧାର ପ୍ରତିଯୋଗିତାରେ କରପଡ଼ା ପଞ୍ଚାୟତର ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ସ୍ଥାନ ଅଧିକାର କରି ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ,(ଓଡିଶା ସରକାର) ଙ୍କ ଦ୍ୱାରା ପୁରସ୍କୃତ ହୋଇ ଭବ୍ୟମଞ୍ଚରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହା ଯେ’ ଗଞ୍ଜାମଜ଼ିଲ୍ଲା ପାଇଁ ଗୌରବାନିତ୍ଵ ହୋଇଛନ୍ତି । ତେଣୁ ମାନ୍ୟବର ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ, ମାନ୍ୟବର ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ସର୍ବୋପରି କରପଡ଼ା ଗ୍ରାମ ପଞ୍ଚାୟତର ଅଞ୍ଚଳବାସୀଙ୍କ ତରଫରୁ କରପଡ଼ା ଟିମ୍ କୁ ଅନେକ ପ୍ରଶଂସା ଶୁଭେଚ୍ଛା ର ବାର୍ତ୍ତାଦେଇ ସାଧୁବାଦ ଜଣାଇଛନ୍ତି । କରପଡା ପଞ୍ଚାୟତ ସରପଞ୍ଚ ଅଜୟ ନାୟକ ନିଜପଞ୍ଚାୟତ ତରଫରୁ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ର ସହ ଶୁଭେଚ୍ଛା ଜଣାଇ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସମ୍ମାନୀତ କରିଛନ୍ତି l ସେହିପରି ରାମଚଣ୍ଡୀ ଟ୍ରଷ୍ଟ ଓ ପୂଜା କମିଟି ପକ୍ଷରୁ ଉକ୍ତ ଟିମ୍ କୁ ସାଧୁବାଦ ଜଣାଇ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।।

Leave a Reply

Your email address will not be published. Required fields are marked *