ଗଡଭିତର କ୍ଲଷ୍ଟର ର ଚତୁର୍ଥ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର— ସୋନପୁର ଗଡଭିତର୍ କ୍ଲଷ୍ଟର ର ଚତୁର୍ଥ କ୍ଳଷ୍ଟର ସ୍ତରୀୟ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡ଼ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି। ସି ଆର ସି ସି ବୁଦ୍ଧଦେବ ସା ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମ ର ସୂଚନା ପ୍ରଦାନ କରିଥିଲେ। ସ୍ବାଗତ ସମ୍ବର୍ଦ୍ଧନା ସମୟରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଶିକ୍ଷକ ପ୍ରଶିକ୍ଷକ ଶ୍ରୀମତୀ ସସ୍ମିତା ଦେହୁରୀ, ରୀତା ଗ୍ଲୋରିଆ ଏକ୍କା, ଶ୍ରୀଯୁକ୍ତ ପ୍ରହଲ୍ଲାଦ ବିଶି ଓ ଶ୍ରୀଯୁକ୍ତ ନବୀନ ବାଘ ଙ୍କ ଉପସ୍ଥିତି ସଭା ପରିସର କୁ ଆକର୍ଷଣୀୟ କରିଥିଲା। ସେମାନେ ତାଙ୍କ ବକ୍ତବ୍ୟରେ ଆଜି ପଞ୍ଚମ ମାସିକ ବୈଠକ ର ସମସ୍ତ ବିଷୟ ଗୁଡ଼ିକୁ ଅତି ସମ୍ୟକ୍ ଭାବରେ ସମସ୍ତଙ୍କୁ ବୁଝାଇ ଦେଇଥିଲେ ଓ ବିନା ଚାପ ର ବଶବର୍ତ୍ତୀ ହୋଇ କାମ କରିବା ପାଇଁ ପରାମର୍ଶ ଦେଇ FLN ଶ୍ରେଣୀ ବୁଲି ଦେଖିଥିଲେ ଓ ପ୍ରଶଂସା କରିଥିଲେ।ଏହାପରେ ଶିକ୍ଷୟିତ୍ରୀ ସୁଷମାରାଣୀ ପଣ୍ଡା ଶିଶୁମାନଙ୍କୁ ସୁନ୍ଦର ଭାବେ ଭାଷା ଶିକ୍ଷଣ ଶିକ୍ଷାଦାନ ଦେଇଥିଲାବେଳେ, ଶିକ୍ଷୟିତ୍ରୀ ମୀନାକ୍ଷୀ ନାୟକ ସଂଖ୍ୟାଜ୍ଞାନ ଉପରେ ଶିକ୍ଷାଦାନ ଦେଇ ଥିଲେ।ସେ ଗଣିତ ହାତ ତିଆରି ବିଭିନ୍ନ ପ୍ରକାର TLM ଆଣି C-R-A ପଦ୍ଧତି ରେ କିପରି ଶିକ୍ଷଣ କାର୍ଯ୍ୟ ସହଜ ଓ ସୁନ୍ଦର କରିହେବ,ସେ ବିଷୟରେ ଆଲୋଚନା କରିଥିଲେ। ପରେ ଏହି ଦୁଇ ଶ୍ରେଣୀ ର ଶିକ୍ଷାଦାନ ଉପରେ ଆଲୋଚନା ହୋଇଥିଲା। ଏହାପରେ ଆଞ୍ଚଳିକ ସାଧନ ସଂଯୋଜକ ଶ୍ରୀ ବୁଦ୍ଧଦେବ ସା ବିଦ୍ୟାଳୟ ପରିଦର୍ଶନ,ଶିକ୍ଷଣ ସୋପାନ,ସି ଆର ସି ସି ଙ୍କ ଦ୍ଵାରା ଶୈକ୍ଷିକ ସହାୟତା, ଉଦ୍ଦେଶ୍ୟ,ଶ୍ରେଣୀ ପର୍ଯ୍ୟବେକ୍ଷଣ ସାଧନୀ,ପତିପୃଷ୍ଟି ଉପରେ କଥା ରଖିଥିଲେ।ପଠନ ପ୍ରୋତ୍ସାହନ ଅଭିଯାନ ପଢ଼ିବା,ଗଢ଼ିବା ଓଡ଼ିଶା, ନିପୁଣ ବିଦ୍ୟାଳୟ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସରସ୍ଵତୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
