ଗରାମ ପଞ୍ଚାୟତ ରେ RWSS ର ଦୁର୍ନୀତି। ପାଇପ ମରାମତିରେ ନା ରେ ଅର୍ଥ 1ଲଖ୍ୟ 32ହଜାର ଚଳୁ,କିନ୍ତୁ ପାଣି ଆସୁନି।

ତିର୍ତୋଲ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତରେ ପାଣିପାଇପ ମାଧ୍ୟମରେ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ପଞ୍ଚାୟତ ର ରଙ୍କେଇ ଗ୍ରାମରେ ବହୁତ ଦିନ ହେବ ତିର୍ତ୍ତୋଲ ଶାଖା ମଣିଜଙ୍ଗା ଡିଭିଜନ ଦ୍ବାରା ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହେଇଥିଲା। କିନ୍ତୁ ଏହା କିଛି ଦିନ ଚାଲିବାପରେ ବନ୍ଦ ହୋଇଯାଇଥିଲା। ଦୀର୍ଘଦିନ ଏମିତି ଅକାମୀ ହୋଇ ପଡ଼ିଥିଲା ପାଇପ ଯୋଗେ ଜଳ ଯୋଗାଣ ପ୍ରକଳ୍ପ। କିନ୍ତୁ ଦୁଃଖ ପରିତାପର ବିଷୟ ହେଉଛି ୨୦୨୩/୨୪ ବର୍ଷ ରେ ଏହାର ମରାମତି ପାଇଁ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି ଙ୍କ ସମେତ ପିଆଇଓ ଫକୀର ମୋହନ ସାହୁ ଓ ଗ୍ରାମ୍ୟ ଜଳ ଯୋଗାଣ ସରକାରୀ ଅଧିକାଣୀ ଶ୍ରଦ୍ଧାଞ୍ଜଳୀ ଦାସ ଓ ଅଧିକାରୀ ସବାସ ଦଳାଇ ମିଶି ଏହାର ପୁନରୁଦ୍ଧାର ସହିତ ପାଇପଲାଇନ ମରାମତି ପାଇଁ ଭେଣ୍ଡର ଅରଣ କୁମାର ସ୍ବାଇଁ ନାମକ ବ୍ୟକ୍ତିଙ୍କ ଜରିଆରେ ବ୍ଲକ ପ୍ରଶାସନ ର ସହଯୋଗ ରେ ଅଢେ଼ଇ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ବିଲ୍ କରାଯାଇ ଏହାର ମରାମତି କରାଯାଇଥିଲା ବୋଲି ଜଣାପଡ଼ିଛି। ଏହି ପାଣି ପାଇପ ଚଲାଇବା ପାଇଁ ପଞ୍ଚାୟତ ରେ ନିଯୁକ୍ତି ହୋଇଥିବା କର୍ମଚାରୀ ବି ପ୍ରତ୍ୟେକ ମାସରେ ନିଜର ଦରମା ନେଇ ଚାଲିଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏ ପର୍ଯ୍ୟନ୍ତ ପାଣିଟୋପେ ପଞ୍ଚାୟତ ବାସୀ ପାଇପାରୁ ନାହାଁନ୍ତି।ପୁରୁଣା ପାଇପକୁ ରଙ୍ଗ ମାରି ବିଲ୍ କରାଯାଇଥିବା ଜଣା ପଡିଛି।ପୁରୁଣା ପାଇପ କୁ ରଙ୍ଗବୋଳି କାମ ହୋଇଛି ବୋଲି ସୂଚନା ମିଳିଛି। ଦୁଇବର୍ଷ ରୁ ଊର୍ଦ୍ଧ୍ବ ହେବ ଏହି ଜଳ ଯୋଗାଣ ପ୍ରକଳ୍ପ ବନ୍ଦ ହୋଇ ପଡିବା ସହିତ ପାଇବ ଯୋଗେ ପାଣି ଯାଉନି କି ଖରାଦିନେ ଲୋକମାନେ ପାଣିଟୋପେ ପାଇ ପାରୁ ନାହାଁନ୍ତି। କିଛି ଦିନ ହେବ ଏହାକୁ ଲୋକ ଦେଖାଣିଆ କରିବାକୁ ବିନା ଟେଣ୍ଡର ରେ ଠିକାଦାରଙ୍କ ମାଧ୍ୟମରେ ମୋଟା ଅଙ୍କର ପାଉଣା ନେଇ ସରକାରୀ ଯନ୍ତ୍ରୀୋଙ୍କ ମାଧ୍ୟମରେ ଜଳ ଯୋଗାଣ ପ୍ରକଳ୍ପ ଗୃହକୁ ପୁରୁଣା କାନ୍ଥ ରେ ସିମେଣ୍ଟ ଓ ଧଳା ରଙ୍ଗ ବୋଳି ଦିଆଯାଇଥିବା ଦେଖିବାକୁ ମିଳିଛି। ତେବେ ପଞ୍ଚାୟତରେ ଗୋଟିଏ ପରେ ଗୋଟିଏ ଏଭଳି ଦୁର୍ନୀତି ଦେଖିବାକୁ ମିଳୁଥିବା ବେଳେ ବ୍ଲକ ପ୍ରଶାସନ ସହିତ ସରପଞ୍ଚ ଓ ପିଇଓ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବି ହୋଇଛି।
ରିପୋର୍ଟ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ