ଗରାମ ପଞ୍ଚାୟତରେ ପରାକ୍ରମ ଶୋଭା ଯାତ୍ରା ଅନୁଷ୍ଠିତ

ତିର୍ତୋଲ,୨୪/୫ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଗରାମ ପଂଚାୟତ ଠାରେ ରାଜ୍ୟ କୃଷକ ମୋର୍ଚା ସଂଯୋଜିକା ଜୟଲଷ୍ମୀ ମହାନ୍ତି ଓ ଜିଲ୍ଲା ମହିଳା ମୋର୍ଚା ସଦସ୍ୟ ପ୍ରତିମା ମହାନ୍ତି, ଜଗନ୍ନାଥ ପୁର ପଂଚାୟତ ର ଯୁବ ନେତୃତ୍ୱ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ଅପରେସନ ସିନ୍ଦୁର ବିଜୟ ପାଇଁ ଏକ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l
ଏହି ଶୋଭା ପୁରା ଗରାମ ପଞ୍ଚାୟତ ପରୀକ୍ରମା କରି ନୀଳମାଧବ ମନ୍ଦିର ନିକଟରେ ଶେଷ ହୋଇ ଥିଲା, ଗରାମ ପଂଚାୟତ ର ଶତାଧିକ ଏସ ଏଚ ଜି ମହିଳା ନିମନ୍ତ୍ରିତ ଅତିଥି ଭାବେ ପୁଷ୍ପାଞ୍ଜଳି ମହାନ୍ତି, ବୋଧେଇ ଜିପି ବେବିନା ମହାରଣା, ତୁଳଙ୍ଗ ଜିପି ରୁ
ଆସି ଗରାମ ଠାରେ ଅନୁଷ୍ଠିତ ପରାକ୍ରମ ଶୋଭା ଯାତ୍ରାରେ ଯୋଗ ଦେଇଥିଲେ, ଶୋଭାଯାତ୍ରା ଗ୍ରାମ୍ୟ ପରିକ୍ରମା କରିବା ବେଳେ ବହୁ ନରନାରୀ ଏହାକୁ ସାମର୍ଥନ କରିଥିଲେ, ଭ୍ରମରବର ଗଛାୟତ, ଅଭୟ ସାମଲ, ତନ୍ମୟ ତ୍ରିପାଠୀ ପ୍ରମୁଖ ବହୁ ଯୁବ ନେତୃତ୍ୱ ଏଥିରେ ଯୋଗଦାନ କରିଥିଲେ,
ରିପୋର୍ଟ ଶ୍ରୀବତ୍ସ ପାଢ଼ୀ,( EPA NEWS )