ଗର୍ଜନ ସେନା ତରଫରୁ ବୌଦ୍ଧ ଦିନ ପାଳିତ
ସୁବର୍ଣ୍ଣପୁର:ବୌଦ୍ଧ ଜିଲ୍ଲା ଗର୍ଜନ ସେନା ପକ୍ଷରୁ ବୌଦ୍ଧ ଦିନ ପାଲିତ ହୋଇଯାଇଛି l ଆଜି ଜିଲ୍ଲା ଗଠନ ର ୩୨ ବର୍ଷ ପୂର୍ତ୍ତି ଅବସରରେ ବୌଦ୍ଧ ସହର ଉପକଣ୍ଠ ବୁଦ୍ଧ ପାର୍କ ପରିସରରେ ଥିବା ଭଗବାନ୍ ବୁଦ୍ଧଙ୍କ ମନ୍ଦିର ପ୍ରାଙ୍ଗଣରେ ବୌଦ୍ଧ ଦିନ ପାଳିତ ହୋଇଯାଇଛି l ଏହି ଅବସରରେ ଗର୍ଜନ ସେନା ର ସଭାପତି ବାଲ୍ମୀକି ମହାକୁଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଶିଶୁ ସାହତ୍ୟିକ ଧ୍ରୁବ ଚରଣ ଘିବିଲା ଯୋଗ ଦେଇ ଭଗବାନ ବୁଦ୍ଧଙ୍କ ନିକଟରେ ଦୀପଜାଳି ଶୁଭ ଉଦଘାଟନ କରିଥିଲେ l ଏହାପରେ ଜିଲ୍ଲା ଗଠନରେ ଯେଉଁ ମାନଙ୍କ ଭୂମିକା ରହିଛି ସେମାନଙ୍କ ଉପରେ ବକ୍ତବ୍ୟ ରଖିବା ସହିତ ବୌଦ୍ଧ ଜିଲ୍ଲାର ଗୌରବଶାଳୀ ଇତିହାସ ବିସୟରେ ଆଲୋକପାତ କରିଥିଲେ l ଅନ୍ୟତମ ଅତିଥିଭାବେ ସିନେ ଅଭିନେତା ଚିନ୍ମୟ ମିଶ୍ର ଯୋଗ ଦେଇ ବୌଦ୍ଧ ଜିଲ୍ଲାକୁ ଯୁବକ ମାନେ ହିଁ ଉନ୍ନତି ପଥରେ ଆଗେଇ ନେଇ ପାରିବେ ବୋଲି କହିଥିଲେ l ବୌଦ୍ଧ ପଞ୍ଚାଯତ କଲେଜର ପୂର୍ବତନ ଅଧ୍ୟକ୍ଷ ଡମ୍ବରୁ ଧର୍ ଭୋଇ ଯୋଗ ଦେଇ ଓଡିଶାର ମଧ୍ଯ ଭାଗରେ ଥିବା ବୌଦ୍ଧ ଜିଲ୍ଲା ବିକଶିତ ଓଡିଶାର ପ୍ରୟୋଗଶାଳା ହୋଇପାରିବ ବୋଲି ମତ ରଖିଥିଲେ l ଗର୍ଜନ ସେନାର ସଭାପତି ବାଲ୍ମିକୀ ମହାକୁଲ ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ବୌଦ୍ଧର ପରିଚୟକୁ ଯୁବକ ମାନେ ହିଁ ସ୍ଥାନିତ କରିପାରିବା ବୋଲି ମତ ରଖିଥିଲେ।ଏହି ଅବସରରେ ଧ୍ରୁବ ଚରଣ ଘିବେଲା ଙ୍କୁ ବୌଦ୍ଧ ସମ୍ମାନ ୨୦୨୬ ରେ ସମ୍ମାନୀତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ତୋଫାନ ଦେହୁରୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଦେବାଶିଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରାଜେଶ ମେହେର, ଶ୍ରୀକାନ୍ତ ମହାକୁଡ, ସିଲୁ ମହାକୁଡ, ଅବିନାଶ ସାହୁ, ସୁନିଲ ଖେତି,ବୃନ୍ଦାବନ ପାତ୍ର, ଦେବାଶିଷ ସେଠୀ, ଦଣ୍ଡପାଣି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
