October 23, 2025
Home » ଗାଡ଼ି ଚଳାଚଳକୁ ନେଇ ଜିଲ୍ଲାପ୍ରଳଙ୍କ ନିର୍ଦେଶ ନାମା

ଗାଡ଼ି ଚଳାଚଳକୁ ନେଇ ଜିଲ୍ଲାପ୍ରଳଙ୍କ ନିର୍ଦେଶ ନାମା

0
WhatsApp Image 2025-09-24 at 1.38.19 PM (1)

 

ଯାଜପୁର:ସଠିପୁର- ବୈତରଣୀ ରୋଡ ରାସ୍ତାରେ ବାରମ୍ବାର ରାସ୍ତା ଦୁର୍ଘଟଣାରେ ଧନଜିବନ ହାନି କୁ ରୋକ ଲଗାଇବାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପର ଦେଖିବାକୁ ମିଳିଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତାକୁ ଦୁର୍ଘଟଣା ମୁକ୍ତ କରିବାକୁ ଯୁଦ୍ଧ କାଳୀନ ଭିତିରେ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିବା ଦେଖିବାକୁ ମିଳିଛି। ଫଳରେ ସଠିପୁର- ବୈତରଣୀ ରାସ୍ତାରେ ଗାଡ଼ି ଚଳାଚଳକୁ ଜିଲ୍ଲାପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ନିଦେଶନାମାରେ ଯାଜପୁର ଜିଲ୍ଲାର ଏସ.ପି, ଯାଜପୁର ଆର.ଟି.ଓ, ଏମ.ଭି.ଆଇ , ରାସ୍ତା ଓ ଗୃହନିର୍ମାଣ ବିଭାଗର ସୁପରିଟେଣ୍ଡେଣ୍ଡ ଇଞ୍ଜିନିୟର, ଯାଜପୁର ମାଇନିଙ୍ଗ ବିଭାଗ ସହ ସମସ୍ତ ଥାନା ଅଧିକାରୀ ମାନଙ୍କୁ ଚିଠି ନଂ -୧୮୨୭ ତା ୨୨.୯.୨୦୨୫ ରିଖରେ ଏକ ନିର୍ଦେଶ ନାମା ଜାରି କରିଛନ୍ତି। ଜିଲ୍ଲାପାଳ ଉକ୍ତ ନିର୍ଦ୍ଦେଶନାରେ ସ୍ପଷ୍ଟ କରିଛନ୍ତି ଯେ ବୈତରଣୀ ରୋଡ ଠାରୁ ଯାତାୟାତ କରୁଥିବା ଯାତ୍ରୀବାହୀ ଓ ଭାରି ଯାନ ଗାଡି ଗୁଡିକ ବରୁଣାଇ ଗ୍ରାମ ଦେଇ ଯାଇଥିବା ରାସ୍ତା କୋରେଇ ମିନାବଜାର ଦେଇ ରଗଡ଼ି ରାସ୍ତାରେ ସଠିପୁର- ବୈତରଣୀ ରୋଡ ରାସ୍ତା ନିର୍ମାଣ ସମ୍ପୁର୍ଣ୍ଣ ହେବା ପର୍ଯ୍ୟନ୍ତ ଯାତାୟାତ କରୁବାକୁ ନିର୍ଦେଶ ଦେଇଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *