December 30, 2024
Home » ଗାତରେ ଫସିଲା ହାତୀ, ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର।

ଗାତରେ ଫସିଲା ହାତୀ, ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର।

0

 

ସ୍ୱାସ୍ଥ୍ୟ ପରୀକ୍ଷା ପରେ ହାତୀକୁ ଜଙ୍ଗଲରେ ଛଡ଼ାଗଲା….

କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜ ଅଞ୍ଚଳରେ ଗତ କିଛିଦିନ ହେଲା ୩୦ଟିକିଆ ହାତୀପଲଙ୍କ ଚଳପ୍ରଚଳ ରହିଛି। ଗତକାଲି ରାତିରେ ଏହି ହାତୀପଲ ଖାଦ୍ୟ ଅନ୍ଵେଷଣରେ ଘୂରି ବୁଲୁଥିବାବେଳେ ଏକ ହାତୀ ଶାବକ ପରଲସିଙ୍ଗା ପଞ୍ଚାୟତ ସୌରାପଦର ଗାଁ ନିକଟସ୍ଥ ଏକ ଗାତରେପଡ଼ି ଯାଇଥିଲା। ହାତୀଟି କାଦୁଅରେ ଘାଣ୍ଟିଚକଟି ହେବା ସହ ଅନେକ ଚେଷ୍ଟାକରି ଉପରକୁ ଉଠିବାକୁ ବିଫଳ ହୋଇ ସେଠାରେ ପଡ଼ିରହିଥିଲା।

ଖବର ପାଇ ବନକର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ଓ ପରେ ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ, ଜଙ୍ଗଲ ଓ ପୁଲିସର ମିଳିତ ଅପରେସନରେ ଦୀର୍ଘ ୬ଘଣ୍ଟାର ପରିଶ୍ରମ ପରେ ଜେସିବି ସହାୟତାରେ ହାତୀକୁ ଗୀତ ଭିତରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ପ୍ରାଣୀ ଚିକିତ୍ସାଧିକାରୀ ହାତୀରସ୍ୱାସ୍ଥ୍ୟପରୀକ୍ଷା କରିବା ସହ କୌଣସି ଅସୁବିଧା ନଥିବା କହିଥିଲେ। ଏହାପରେ ହାତୀକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା। ହାତୀର ଉଦ୍ଧାର ସମୟରେ ସ୍ଥିତି ଅନୁଧ୍ୟାନ ପାଇଁ କଳାହାଣ୍ଡି ଡିଏଫ୍ଓ(ନର୍ଥ) ଅନୁରାଗ ମିଶ୍ର, ଏସିଏଫ୍ ହିମାଂଶୁ ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । କେସିଙ୍ଗା ରେଞ୍ଜର, ଅଧୂକାରୀ ଓ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ସମ୍ପୃକ୍ତ ଅଞ୍ଚଳରେ ହାତୀପଲ ଉପରେ ନଜର ରଖୁଥ‌ିବା ଜଣାପଡ଼ିଛି।ସୂଚନାଯୋଗ୍ୟ ଯେ, ପ୍ରାୟ ୧୫ଦିନ ହେଲା ୩୦ଟିକିଆ ହାତୀପଲ ପରଲସିଙ୍ଗା, ପୋଢ଼ ଖମ୍ବ,ସିରୋଲ, ଡୁମେରମୁଣ୍ଡା ଆଦି ଅଞ୍ଚଳରେ ଘୂରି ବୁଲୁଛନ୍ତି। ହାତୀପଲ ଅଞ୍ଚଳର ଚାଷୀଙ୍କ ଧାନ,କପା ଆଦି ଫସଲ ଖାଇବା ସହ ଚାଷଜମି ନଷ୍ଟ କରୁଥିବା ଅଭିଯୋଗ ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *