ଗାନ୍ଧୀ ସ୍ମୃତି ଭବନ ଫୁଲବାଣୀ ଠାରେ ରାଜ୍ୟ ସ୍ତରୀୟ କବିତା ଦରବାର ଓ କାବ୍ୟୋତ୍ସବ ଅନୁଷ୍ଠିତ।

ଜିଲା ଲେଖକ ସାମୁଖ୍ୟ ଏବଂ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ କବିତା ଦରବାର ଓ କାବ୍ୟୋତ୍ସବ ଗାନ୍ଧୀ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ବୌଦ୍ଧ ଜିଲାରୁ ୮୦ଜଣରୁ ଅଧିକ କବି ସ୍ୱରଚିତ କବିତାପାଠ କରିଥିଲେ। ରାଜ୍ୟର ୩୦ଟି ଜିଲାରୁ ସୁନାମଧନ୍ୟ ୩୦ଜଣ କବି ଓ କବୟତ୍ରୀ ଏହି କବିତା ପାଠୋତ୍ସବରେ ଯୋଗ ଦେଇ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ କୁ ରୁଦ୍ଧିମନ୍ତ କରିବା ପାଇଁ ଏଭଳି ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଆୟୋଜନର ଆବଶ୍ୟକତା ରହିଛି।ଏହି ଅବସରରେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ତଥା ସାହିତ୍ୟିକ ଗଦାଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।କନ୍ଧମାଳ ଜିଲାର କୋଣ ଅନୁକୋଣରୁ ବଛା ବଛା ସାହିତ୍ୟକ ଓ କବିମାନେ ଏହି କବିତା ଦରବାରରେ ଯୋଗ ଦେଇ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ରନାଥ ମିଶ୍ର ସଭାପତିତ୍ୱ କରିଥିବା ବେଳେ ସଂମ୍ପାଦକ ପ୍ରଶନ୍ନ କୁମାର ପଣ୍ଡା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଉଦଯାପନି ଉତ୍ସବରେ ପ୍ରଧ୍ୟାପକ ବିପିନ ନାୟକ ,ପିତାମ୍ବର ତରାଇ,ଅଶୋକ ଷଡ଼ଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ପ୍ରସାର ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଡ ନୃସିଂହାନନ୍ଦ ମହାପାତ୍ର, କୈଳାସ ଧଳ,ବନ ବିହାରୀ ନନ୍ଦ, ଆଶିଷ ବେହେରା, ଶ୍ୟାମ ସୁନ୍ଦର ପାଢୀ,ଅଶୋକ ବେହେରା, ଦୁର୍ଯ୍ୟୋଧନ ପ୍ରଧାନ ,ପତିତପାବନ ରାଉତ ପ୍ରମୁଖ ବହୁ ସଦସ୍ୟ ସହଯୋଗ କରିଥିଲେ।ବିଦେଶୀ ନାୟକ ଏହାର ଆବାହକ ଥିଲେ।ରାଜ୍ୟ ସାହିତ୍ୟ ଏକଡେମୀ ପକ୍ଷରୁ ଆୟୋଜିତ ଏହି କବିତା ଦରବାର ଓ କାବ୍ୟ ମହୋତ୍ସବକୁ ଜିଲା ଲେଖକ ସାମୁଖ୍ୟ ସଫଳତାର ସହ ଆୟୋଜନ କରିଥିଲେ।