ଗିରଫ ହେଲେ କୋଟିପତି ଅଧିକାରୀ

୮୪ ଏକର ଜମି ସାଙ୍ଗକୁ ଘରେ ରଖିଥିଲେ ପୁଳାପୁଳା ସୁନା।
ରାୟଗଡ଼ା ଜଳ ବିଭାଜିକା ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ (ପିଡି) ତଥା ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ମଙ୍ଗଳବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ସୂଚନାଯୋଗ୍ୟ, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୟାନିଧିଙ୍କ ଭୁବନେଶ୍ୱର, କଳାହାଣ୍ଡି ଓ ନବରଙ୍ଗପୁରର ୮ଟି ସ୍ଥାନରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସୋମବାର ଏକକାଳୀନ ଚଢ଼ାଉ ହୋଇଥିଲା। ଯାଞ୍ଚ ହେଉଥିବା ସ୍ଥାନ ମଧ୍ୟରେ ଦୟାନିଧିଙ୍କ କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ କୁପାଗଗାଁସ୍ଥିତ ଘର, ଧର୍ମଗଡ଼ ଥାନା ଅନ୍ତର୍ଗତ ବିକ୍ରମଗଡ଼ାସ୍ଥିତ ଶ୍ୱଶୁର ଘର, ଭୁବନେଶ୍ୱରସ୍ଥିତ ଅଫିସ ଚାମ୍ବର ଆଦି ରହିଥିଲା। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଯାଞ୍ଚ ହେଉଥିବାବେଳେ ଭିଜିଲାନ୍ସ ନିର୍ଦ୍ଦେଶାଳୟର ୮ଟି ଟିମ୍ରେ ୧୦ଜଣ ଡିଏସ୍ପି, ୮ ଇନ୍ସପେକ୍ଟର, ୧୦ ଏଏସ୍ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ହୋଇଥିଲେ। ଦୟାନିଧିଙ୍କ ବହୁ ପ୍ଲଟ୍, ଫ୍ଲାଟ ସମେତ ବହୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଭିଜିଲାନ୍ସ ଠାବ କରିଥିଲା।
ଦୟାନିଧିଙ୍କ ମୋଟ ୮୪ ଏକର ଜମି ଠାବ ହୋଇଥିବା ବେଳେ ଭିଜିଲାନ୍ସ ଇତିହାସରେ ଏହା ସବୁଠୁ ଅଧିକ ବୋଲି ସୂଚନା ଦିଆଯାଇଛି। ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ପ୍ରକଳ୍ପ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍ଙ୍କ ସମ୍ପତ୍ତି ତାଲିକା ବଢ଼ିଚାଲିଛି। ଭିଜିଲାନ୍ସ ଟିମ୍ ଯେତେ ଖୋଳତାଡ଼ କରୁଛି ସେତେ ଅଧିକ ଜମି ବାହାରୁଛି। ଆଜି ଦ୍ଵିତୀୟ ଦିନ ଚଢ଼ଉ ସମୟରେ ବାବୁଙ୍କର ଆହୁରି ୪୧ ଏକର ଜମି ଠାବ କରାଯାଇଛି। ନବରଙ୍ଗପୁର କୋରାପୁଟ ଓ କଳାହାଣ୍ଡି ଅଞ୍ଚଳରେ ଏହି ଜମି ଥିବା ଜଣାପଡ଼ିଛି। ସେହିପରି ଏପର୍ଯ୍ୟନ୍ତ କୁବେର ଯୁଗ୍ମ ନିର୍ଦ୍ଦେଶକଙ୍କ ୨୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ବେଳେ ତାହା ୨୧୨% ଆୟ ବହିର୍ଭୂତ ବୋଲି ଭିଜିଲାନ୍ସ କହିଛି। ଏନେଇ କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନଂ-୨୪ରେ ମାମଲା ରୁଜୁକରି ଶ୍ରୀ ବାଗ୍ଙ୍କୁ ଗିରଫ କରାଯାଇଛି।ଗିରଫ ପରେ ତାଙ୍କୁ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ବହିର୍ଭୂତ ପ୍ରକାଶ ଥାଉ କି, ସୋମବାର ସକାଳେ ଭିଜିଲାନ୍ସର ୮ଟି ଟିମ୍ ଏକକାଳୀଳ ଭୁବନେଶ୍ଵର କଳାହାଣ୍ଡି, ନବରଙ୍ଗପୁରରେ ଥିବା ୮ଟି ସ୍ଥାନ ଚଢ଼ଉ କରି ଶ୍ରୀ ବାଗ୍ଙ୍କ ଭୁବନେଶ୍ଵର ଗୋଠପାଟଣା ଅଞ୍ଚଳରେ ଥିବା ୨କୋଟିସ ଊର୍ଦ୍ଧ୍ଵ ଟଙ୍କା ମୂଲ୍ୟର ୧୪୫୦ ବର୍ଗଫୁଟ୍ନିର୍ମିତ ଏକ ଦାମୀ ପ୍ଲାଟ, ଚନ୍ଦ୍ରଶେଖରପୁହାଉସିଂ ବୋର୍ଡ କଲୋନିରେ ଦେଢ଼ କୋଳି ମୂଲ୍ୟର ଏକ କୋଠା, ନବରଙ୍ଗପୁର ଅଞ୍ଚଳରେ ୧୪୦୦ ବର୍ଗଫୁଟ୍ ଅଞ୍ଚଳରେ ଥିବା କୋଟି ଟଙ୍କାର ଏକ ମାର୍କେଟ୍ କମ୍ପ୍ଲେକ୍ସ, ୩୦୦୦ ବର୍ଗଫୁଟ୍ ଅର୍ଥନିର୍ମିତ ୨କୋଟି ମୂଲ୍ୟର କୋଠା, ୨ଟି ଫାର୍ମ ହାଉସ ଏବଂ ୮୪ ଏକର ଜମି ଠାବ କରିଥିଲା। ୫୯ ଲକ୍ଷ ଟଙ୍କାର ବ୍ୟାଙ୍କ, ବୀମା ଓ ବଣ୍ଡ୍ ଜମା, ୩୧୨ଗ୍ରାମର ଅଧିକ ସୁନା ଗହଣା, ଗୋଟିଏ ବେନାମୀ କାର ୯ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରାଯାଇଥିଲା।
କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ