ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ଶିବ ପ୍ରସାଦ ରାଜ୍ୟ ସ୍ତରକୁ ମନୋନୀତ ।
ନୟାଗଡ଼ : ନୟାଗଡ଼ ଚିନ୍ମୟ ମିଶନ , ନୟାଗଡ ଶାଖା ଦ୍ଵାରା ଆୟୋଜିତ ଜିଲ୍ଲାସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ସେଣ୍ଟ ଜାଭିଅର ହାଇସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ର ଶିବପ୍ରସାଦ ଦାଶ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକଙ୍କ ଠାରୁ ମାନପତ୍ର ଓ ଟ୍ରଫି ସହିତ ସମ୍ବର୍ଦ୍ଧିତ ହୋଇଛନ୍ତି ।ଏହି ସମ୍ବର୍ଦ୍ଧନା ସଭାରେ ସୁରେନ୍ଦ୍ର ନାଥ ମହତ୍ମାପତ୍ର ସଭାପତିତ୍ଵ କରିଥିଲେ ।ଭୁବନେଶ୍ୱର ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତାରେ ଶିବ ପ୍ରସାଦ ନୟାଗଡ଼ ଜିଲ୍ଲା ତରଫରୁ ଅଂଶ ଗ୍ରହଣ କରିବେ। ଶ୍ରୀମାନ ଦାଶ ନୟାଗଡ଼ ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ କମ୍ପ୍ୟୁଟର ସହାୟିକା ଗୀତାରାଣୀ ଦାଶଙ୍କ ପୁତ୍ର ଅଟନ୍ତି ।
Nayagarh ru Gokula Sadangi nka report epa news
