ଗୁଆଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଠଟି ପଞ୍ଚାୟତ ପାଇଁ ଆୟୁଷ୍ମାନ କାର୍ଡ ର ଶୁଭାରମ୍ଭ ହେଲା ।

ଯୋଡ଼ା – ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନ ଯୋଜନା ଜରିଆରେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଦ୍ଵାରା ଓଡିଶାରେ ଆୟୁଷ୍ମାନ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକରେ ମଧ୍ୟ ଏହି କାର୍ଡ ବଣ୍ଟନ ଶୁଭାରମ୍ଭ ହୋଇଛି। ଆଭାସୀ ମାଧ୍ୟମରେ ଉଦଘାଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି। ଏହି କ୍ରମରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ରହିଥିବା ଗୁଆଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଶୁକ୍ରବାର ୮ ଗୋଟି ପଞ୍ଚାୟତର ହିତାଧିକାରୀଙ୍କ ଉଦ୍ଦ୍ୟେଶ୍ୟରେ ଆୟୁଷ୍ମାନ କାର୍ଡ ବଣ୍ଟନ ଶୁଭାରମ୍ଭ ହୋଇଛି।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଚମ୍ପୁଆ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଉମାକାନ୍ତ ସାହୁ ସଭାପତିତ୍ବ କରି ଆୟୁଷ୍ମାନ କାର୍ଡ ସମ୍ବନ୍ଧରେ ଉପସ୍ଥିତ ଜନତା ଏବଂ ହିତାଧିକାରୀଙ୍କୁ ସୂଚନା ପ୍ରଦାନ କରିଥିଲେ। ଏହି ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବ୍ୟୟୋ ବନ୍ଦନା ଯୋଜନା ମାଧ୍ୟମରେ ଦେଶର ୨୯ ହଜାର ଘରୋଇ ଓ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସୁବିଧା ପାଇବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ।
ପରେ ଗୁଆଲି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ବିଭିନ୍ନ ଗ୍ରାମର ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନ କରା ଯାଇଥିଲା।
ଯୋଡା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ, ଗୁଆଲି ସରପଞ୍ଚ ବିଦ୍ୟାଧର ନାଏକ, ଲଇଡାପଦା ସରପଞ୍ଚ ବିଳାସିନୀ ଓରାମ, ପୁର୍ବତନ ସରପଞ୍ଚ ରବୀନ୍ଦ୍ର ନାଏକ,ଗୁଆଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଡମ୍ବରୁଧର ମହାନ୍ତ ପ୍ରମୁଖଙ୍କ ସହିତ ବଡ଼ବିଲ ତହସିଲଦାର ରାକେଶ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଏହି ଅବସରରେ ୮ ଗୋଟି ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ହିତାଧିକାରୀ ମାନଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଥିଲା।
ଗୋଷ୍ଠୀ ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଞ୍ଜୁରାଣୀ ପଣ୍ଡା ଏବଂ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଯାଜ୍ଞସେନୀ ବେହେରା ଓ ଶ୍ୱେତପଦ୍ମା ଧଳଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଆୟୁଷ୍ମାନ ଭାରତ ଯୋଜନା ସମ୍ବନ୍ଧରେ ପ୍ରଚାର ପାଇଁ ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ୍ ।