– ଗୁଣ୍ଡିଚାପଡ଼ାରେ ଉତ୍ସାହରେ ପାଳିତ ଇଦୁଲ୍-ଅଜ୍ହା
ଢେଙ୍କାନାଳ ସହର ଉପକଣ୍ଠସ୍ଥ ଗୁଣ୍ଡିଚାପଡ଼ାର ଅହମଦିୟା ମୁସଲିମ୍ ଜାମେ ମସଜିଦରେ ଇଦୁଲ୍-ଅଜ୍ହା ପବିତ୍ର ପର୍ବଟି ଉତ୍ସାହପୂର୍ଣ୍ଣ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି । ଏହି ପର୍ବ ତ୍ୟାଗ, ଆତ୍ମସମର୍ପଣ ଓ ମାନବସେବାର ଶିକ୍ଷା ଦେଇଥାଏ ।
ଏହି ଅବସରରେ ମୌଲବୀ ଜଲାଲ ଉଦ୍ଦିନ ଖାଁ ଇଦ୍ ନମାଜ ପାଠ କରାଇଥିଲେ ଏବଂ ଧାର୍ମିକ ଉପଦେଶ ଦେଇ କହିଥିଲେ ଯେ, ପବିତ୍ର କୁରଆନ ଅନୁସାରେ ଅଲ୍ଲାହଙ୍କ ନିକଟକୁ ବଳିଦାନର ମାଂସ କିମ୍ବା ରକ୍ତ ନୁହେଁ, ବରଂ ମନୁଷ୍ୟର ଆସ୍ଥା ଓ ଧର୍ମପରାୟଣତା ପହଞ୍ଚେ । ସେ ନିଜ ଅହଂକାର ଓ ଅସତ୍ ଆଚରଣକୁ ବଳିଦାନ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ ।ମୌଲବୀ ମୁଜାଫର ଖାଁ କହିଥିଲେ ଯେ, ଇଦ୍-ଅଜ୍ହାର ମୂଳ ଉଦ୍ଦେଶ୍ୟ କେବଳ ପଶୁବଳି ନୁହେଁ, ବରଂ ଦରିଦ୍ରଙ୍କ ସହାୟତା, ଭୋକିଲାକୁ ଖାଦ୍ୟ ଦେବା ଓ ମାନବତା ପ୍ରତି କରୁଣା ପ୍ରଦର୍ଶନ କରିବା ।ଅହମଦିୟା ମୁସଲିମ ସମୁଦାୟର ସଭାପତି ସୁଲେମାନ ଅଲୀ ଖାଁ କହିଥିଲେ ଯେ, ଏହି ପର୍ବ ଆମକୁ ଆବଶ୍ୟକତାର୍ଥୀଙ୍କ ସହାୟତା ଓ ଆତ୍ମସମର୍ପଣର ମାଧ୍ୟମରେ ଅଲ୍ଲାହଙ୍କ ଆଜ୍ଞା ପାଳନ କରିବାର ପ୍ରେରଣା ଦେଇଥାଏ ।ଏହି ଅବସରରେ ଗ୍ରାମବାସୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିଥିଲେ ।ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସଭାପତି ସୁଲେମାନ ଅଲୀ ଖାଁ, କୋଷାଧ୍ୟକ୍ଷ ଅୟୁବ ଖାଁ, ଭାରତୀୟ ସେନାର ଅବସରପ୍ରାପ୍ତ ଯବାନ ତୋରାବ ଖାଁ, ଅବସରପ୍ରାପ୍ତ ବରିଷ୍ଠ ପୋଲିସ ନିରିକ୍ଷକ ଫରଜୁଲା ଖାଁ, ଅବଦୁଲ ବାରି, ଯୁବ ସଂଗଠନ ଅଧ୍ୟକ୍ଷ ସୋଲେମାନ ଖାଁ, ପୂର୍ବତନ ଅଧ୍ୟକ୍ଷ ମହମୁଦ ଖାଁ ଏବଂ ଇଦ୍ରିସ ଖାଁ ଉପସ୍ଥିତ ଥିଲେ ।
kamkhyanagar epa ru rajkishor rout nka report
