July 1, 2025
Home » ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଗୁରୁଦିବସ ପାଳିତ

ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଗୁରୁଦିବସ ପାଳିତ

0
WhatsApp Image 2024-09-05 at 6.32.29 PM (1)

 

ବ୍ରହ୍ମପୁର : ସ୍ଥାନୀୟ ଗୁଡସ୍ ସେଡ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଗୁରୁଦିବସ ମହା ଆଡମ୍ବରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତି ମହାପାତ୍ର, ସମ୍ପାଦିକା ଅନିତା କୁମାରୀ ପାଢୀ, ଅଧ୍ଯକ୍ଷା ମଧୁସ୍ମିତା ପରିଡା କାଯ୍ୟକ୍ରମରେ ଯୋଗ ଦେଇ ଡଃ ରାଧାକୃଷ୍ଣଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତି ମହାପାତ୍ର ପ୍ରେରଣା ଦାୟୀ ଅଭିଭାଷଣ ଦେଇଥିଲେ ।

ବିଦ୍ୟାଳୟର ୟୁକେଜି ଶ୍ରେଣୀର ଛାତ୍ରୀ ସମୃଦ୍ଧି ପାଳ, ଦ୍ବିତୀୟ ଶ୍ରେଣୀର ଛାତ୍ରୀ କ୍ରିତିକା ପ୍ରଧାନ, ତୃତୀୟ ଶ୍ରେଣୀର ଛାତ୍ରୀ ଦିପ୍ତିମୟୀ ଦେବୀଶ୍ରୀ ପଣ୍ଡା,ପଞ୍ଚମ ଶ୍ରେଣୀର ଛାତ୍ରୀ ଆହାନା ସାହୁ ଏବଂ ସିତାଂଶୁ ତ୍ରିପାଠୀ,ଷଷ୍ଠ ଶ୍ରେଣୀର ସାଇ ସ୍ମୃତୀ ପ୍ରଧାନ, ସପ୍ତମ ଶ୍ରେଣୀର ଛାତ୍ର ଅଂଶୁମାନ ସାହୁ ଏବଂ ଏକାଦଶ ଶ୍ରେଣୀର ସ୍ମୃତି ମିଶ୍ର ଏହି ପବିତ୍ର ଦିବସରେ ନିଜ ନିଜର ବକୃତା ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟ ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ବିଦ୍ୟାଳୟର ଓଡ଼ିଆ ବିଭାଗର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋସ୍ନା ଭୁଜବଳଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *