November 13, 2025
Home » ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ

ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ

0
WhatsApp Image 2024-11-15 at 1.12.17 PM

ବ୍ରହ୍ମପୁର ଗୁଡସ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ମଧୁସ୍ମିତା ପରିଡା ଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟ କ୍ରମରେ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ସମ୍ପାଦିକା ଶ୍ରୀମତି ଅନୀତା କୁମାରୀ ପାଢୀ ଯୋଗଦେଇ ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ଯ ଅର୍ପଣ କରିଥିଲେ ।

ପ୍ରତିଯୋଗିତରେ କୃତିତ୍ୱ ଅର୍ଜନ କରିଥିବ। ବିଦ୍ୟାଳୟର ଦ୍ୱତୀୟ ଶ୍ରେଣୀର ଛାତ୍ରୀ କ୍ରିତୀକା ପ୍ରଧାନ ହିନ୍ଦୀ କବିତା, ତୃତୀୟ ଶ୍ରେଣୀର ଛାତ୍ରୀ ଦିପ୍ତିମୟୀ ଦେବୀଶ୍ରୀ ପଣ୍ଡା ଇଂରାଜୀ ବକୃତା, ଆହାନା ସାହୁ ହିନ୍ଦୀ ବକୃତା ,ଷଷ୍ଠ ଶ୍ରେଣୀର ଛାତ୍ରୀ ସାଈ ସ୍ତୁତି ପ୍ରଧାନ ଓଡିଆ ବକୃତା , ସପ୍ତମ ଶ୍ରେଣୀର ଅଂଶୁମାନ ସାହୁ ଇଂରାଜୀ ବକୃତା ଏବଂ ଆୟୁଷ୍ମାନ ନାୟକ ସଂଗୀତ ପରିବେଷଣ କରିଥିଲେ ।

ଏହି ପବିତ୍ର ଦିବସରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀ ମାନେ ସାସ୍କୃତିକ କାଯ୍ୟକ୍ରମ ପରିବେଷଣ କରିଥିଲେ। ପରିଶେଷରେ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ର ମାନଙ୍କ ମଧ୍ୟରେ କ୍ରିକେଟ ଖେଳର ଆୟୋଜନ କରାଯାଇଥିଲା ।

brahmpur epa ru narasingh dakua nka report

Leave a Reply

Your email address will not be published. Required fields are marked *