March 15, 2025
Home » ଗୋ ମାଫିଆ ଓ ଗୋ ଚାଲାଣକାରୀ ମାନଙ୍କୁ ସତର୍କ ଓ ସାବଧାନ

ଗୋ ମାଫିଆ ଓ ଗୋ ଚାଲାଣକାରୀ ମାନଙ୍କୁ ସତର୍କ ଓ ସାବଧାନ

0

ମଣିଷ ମାରିଲେ ଯେତିକି ପାପ,, ଗୋମାତାଙ୍କୁ ହତ୍ୟା କଲେ ସମ ପରିମାଣର ପାପ। ଏଭଳି କହି ଗୋ ମାଫିଆ ଓ ଗୋ ଚାଲାଣକାରୀ ମାନଙ୍କୁ ସତର୍କ ଓ ସାବଧାନ କରାଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବର ସପ୍ତମ ସଂଧ୍ୟାରେ ଯୋଗଦେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ। ଓଡିଶାରେ ଗୋଚାଲାଣ ଓ ଗୋହତ୍ୟା ନିଷେଧ ହେବାସହ ଗୋମାତାଙ୍କୁ ଅସମ୍ମାନ କରାଯିବ ନାହିଁ କି ଗୋମାତାଙ୍କ ମାଟିରେ ରକ୍ତରଞ୍ଜିତ ହେବନାହିଁ।

ଆଇନର ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ନିୟମ ଲାଗୁ ହେବାକୁ ଯାଉଛି ବୋଲି ଆଇନମନ୍ତ୍ରୀ କହିଛନ୍ତି। ଓଡ଼ିଶା ଆମ ଦେଶରେ ପ୍ରଥମ ରାଜ୍ୟ ଏଭଳି କଠୋର ଆଇନ ଗୋ ହତ୍ୟା ରୋକିବାକୁ ବ୍ୟବସ୍ଥା ହେବ। ପୁରୀ ରେ ଥିଵା କ୍ରୀୟାଯୋଗ ଆଶ୍ରମରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନମନ୍ତ୍ରୀ ଏହା କହିଛନ୍ତି। ଭାରତବର୍ଷର ପ୍ରଥମ ରାଜ୍ୟ ଭାବେ ଗୋହତ୍ୟା ଓ ଗୋଚାଲାଣ ବିରୁଦ୍ଧରେ ଆଇନ୍ ଆସିବ ବୋଲି ଆଇନମନ୍ତ୍ରୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିକ୍ରିୟା ରଖିଛନ୍ତି। ସେହିପରି ଗୋଚର ଜମି କୁ ମଧ୍ୟ ଜବର ଦଖଲ ମୁକ୍ତ କରାଯିବ। ମୁଖ୍ୟମନ୍ତ୍ରୀ ଏହା ସ୍ପଷ୍ଟ କରିସାରିଥିବା ବେଳେ ଏହାର କାର୍ଯ୍ୟନୁଷ୍ଠାନ ଖୁବ୍ ଶୀଘ୍ର ସରକାର ନେବେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *