July 27, 2025
Home » ଗୋ ସୁରକ୍ଷା ନାଁରେ ଦଳିତ ଓ ଆଦିବାସୀଙ୍କ ଉପରେ ଆକ୍ରମଣ ବିରୁଦ୍ଧରେ ବିଶାଳ ଦଳିତ ସମାବେଶ

ଗୋ ସୁରକ୍ଷା ନାଁରେ ଦଳିତ ଓ ଆଦିବାସୀଙ୍କ ଉପରେ ଆକ୍ରମଣ ବିରୁଦ୍ଧରେ ବିଶାଳ ଦଳିତ ସମାବେଶ

0
WhatsApp Image 2025-07-02 at 12.45.41 PM

ବ୍ରହ୍ମପୁର: ଧରାକୋଟରେ ତଥାକଥିତ ଗୋରକ୍ଷକମାନଙ୍କ ଦ୍ଵାରା ଦଳିତମାନଙ୍କ ଉପରେ ବର୍ବର ଅତ୍ୟାଚାର ପରିପ୍ରେକ୍ଷୀରେ ବ୍ରହ୍ମପୁର ଠାରେ ଦଳିତ ମାନଙ୍କ ଏକ ବିଶାଳ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି ଗଣଧାରଣାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକରୁ ଦଳିତ ସଂଗଠନ, ଓଡ଼ିଶା ଦଳିତ ମହାସଭାର ସମର୍ଥକମାନଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନେତୃବୃନ୍ଦ ମଧ୍ୟ ଯୋଗ ଦେଇଥିଲେ ମହାସଭାର ଆବାହକ ସଂଗ୍ରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗଣଧାରଣାରେ ମୂଳନିବାସୀ ସମତା ପରିଷଦର‌ ଅଭିରାମ ମଲ୍ଲିକ, ସିପିଆଇ (ଏମ-ଏଲ) ନିଉ ଡେମୋକ୍ରାସୀର ମୁଖପାତ୍ର ଭାଲଚନ୍ଦ୍ର ଷଡ଼ଙ୍ଗୀ, ଆମ୍ବେଦକର ଲୋହିଆ ବିଚାର ମଞ୍ଚର ଆବାହକ ସଂଗ୍ରାମ ମଲ୍ଲିକ, ସିପିଏମ ଜିଲ୍ଲା ସମ୍ପାଦକ ଯୁଦ୍ଧିଷ୍ଠିର ବେହେରା, ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର, ଅଲ୍ ଓଡ଼ିଶା ଏସସି ଫେଡେରେସନ ସଭାପତି ଧନଞ୍ଜୟ ଦୀପ, ଦଳିତ ନେତା ବିଜୟ ସେଠୀ, ଆମ୍ବେଦକର ଫାଉଣ୍ଡେସନର ପ୍ରଦ୍ୟୁମ୍ନ ନାୟକ, ଅନୁଗୋଳର ଦଳିତ ନେତା ଚିତ୍ତରଞ୍ଜନ ଗୌତମ, ଦଳିତ ମହିଳା ନେତ୍ରୀ ବନିତା ସାମଲ, ଧର୍ମେନ୍ଦ୍ର ନାୟକ, ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ରାଜେନ୍ଦ୍ର କୁମାର ବେହେରା, ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଲେଖିକା ଡ଼ଃ ବିଧୂପ୍ରଭା ରଥ, ମାନବବାଦୀ ହେତୁବାଦୀ ସଂଗଠନର ସମ୍ପାଦକ କେ ନାନ୍ଦେଶୁ ସେନାପତି, ଆପ୍ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, କୃଷକ ନେତା ବୃନ୍ଦାବନ ଖଟେଇ, ଦଳିତ ନେତା ରାଜୁ ପାଣି ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ବକ୍ତାମାନେ ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଡବଲ ଇଞ୍ଜିନ ସରକାରକୁ ଦଳିତ, ଆଦିବାସୀ ଓ ମହିଳା ବିରୋଧି ବୋଲି କହି ସମାଲୋଚନା କରିଥିଲେ ।

ଗତ ଏକ ବର୍ଷର ଶାସନ କାଳରେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡି ପଡ଼ିଥିବା ବେଳେ ଦଳିତ, ଆଦିବାସୀ ଓ ମହିଳାଙ୍କ ଉପରେ ହିଂସାର ଘଟଣାରେ ଭୟଙ୍କର ବୃଦ୍ଧି ଘଟିଛି ବୋଲି କହିଥିଲେ । ଧରାକୋଟ ଘଟଣାର ଉଲ୍ଲେଖ କରି ଗୋ ସୁରକ୍ଷା ନାଁରେ ବେଆଇନ ଭାବେ ରାସ୍ତାରେ ଦଳିତ, ଚାଷୀ ଓ ସାଧାରଣ ଲୋକଙ୍କୁ ଆତଙ୍କିତ, ନିର୍ଯ୍ୟାତିତ କରୁଥିବା ସାମ୍ପ୍ରଦାୟିକ ସଂଗଠନଗୁଡ଼ିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଆଇଏଫଟିୟୁ ସଭାପତି ପ୍ରତାପ ପ୍ରଧାନ, ସିଆଇଟିୟୁ ନେତା ପ୍ରତାପ ଚୌଧୁରୀ, ସିପିଆଇ ନେତା ନୀଳକଣ୍ଠ ଦାଶ, କୃଷକ ନେତା ପି ହରି କୃଷ୍ଣ ରେଡ୍ଡୀ, ମହିଳା ନେତ୍ରୀ ଏନ୍ ଭାନୁମତୀ ରେଡ୍ଡୀ, ରାଜେନ୍ଦ୍ର କୁମାର ବେହେରା, ଗୋପାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଦଳିତମାନଙ୍କ ଉପରେ ବର୍ବର ଅତ୍ୟାଚାରର ନିନ୍ଦା କରିଥିଲେ । ସଭା ଶେଷରେ ଏକ ପ୍ରତନିଧି ଦଳ ଆରଡିସିଙ୍କ ସଚିବଙ୍କୁ ଭେଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

ବ୍ରହ୍ମପୁରରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *