July 6, 2025
Home » ଗୋଧନେଶ୍ୱର ଶୈବପୀଠ ର ଶିଶୁ ଉଦ୍ୟାନ ନାଁ ରେ ଅର୍ଥ ଆତ୍ମସାତ ଅଭିଯୋଗ l

ଗୋଧନେଶ୍ୱର ଶୈବପୀଠ ର ଶିଶୁ ଉଦ୍ୟାନ ନାଁ ରେ ଅର୍ଥ ଆତ୍ମସାତ ଅଭିଯୋଗ l

0
WhatsApp Image 2025-04-03 at 4.59.27 PM

ସୁବର୍ଣ୍ଣପୁର—ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଗୋଧନେଶ୍ଵର ଶୈବପୀଠରୁ ( ପାର୍କ ) ଶିଶୁ ଉଦ୍ୟାନ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ଶିଶୁ ମାନଙ୍କ ଆମୋଦ ପ୍ରମୋଦ ପାଇଁ ସରକାରଙ୍କ ପକ୍ଷରୁ ୮ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ଯନ୍ତ୍ରୀ ଓ ଠିକାଦାର ମିଳିମିଶି ଉକ୍ତ ସ୍ଥାନରେ ନିର୍ମାଣ ହେଉଥିବା ଦର୍ଶାଇ ସମସ୍ତ ଟଙ୍କା ଆତ୍ମସାତ କରିଥିବା ଜଣାପଡିଛି। ଜଣେ ସୂଚନା କର୍ମୀ ବ୍ଳକ କାର୍ଯ୍ୟାଳୟ କୁ ଉକ୍ତ ପ୍ରକଳ୍ପ ଉପରେ ସମସ୍ତ ତଥ୍ୟ ଆର ଟି ଆଇ ମାଧ୍ୟମରେ ସମସ୍ତ ସୂଚନା ମାଗିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଏଠାରେ ଦାଦନ ଶ୍ରମିକ ଓ ସରକାରୀ କର୍ମଚାରୀ ଓ ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ଉଡାଣ ହୋଇଛି। ସେହିପରି ମିଥ୍ୟା ଜି ଏସ ଟି ଭାଉଚର ଲଗାଯାଇଥିବା ମଧ୍ୟ ସୂଚନା ତଥ୍ୟ ରେ ସଂଲଗ୍ନ ହୋଇଛି। ତାହା ସହ ଅଦୃଶ୍ୟ ଶ୍ରମିକ ନିୟୋଜିତ ହୋଇଥିବା ନେଇ ଫଟୋ କପି ରହିଛି। ସେଠାରେ ଲଗାଯାଇଥିବା ଫୁଲ ଗଛ ଗୁଡ଼ିକୁ ଦେଖାଇ ଲକ୍ଷାଧିକ ଟଙ୍କା ଉଠାଇ ଠିକାଦାର ଓ ଯନ୍ତ୍ରୀ ଆତ୍ମସାତ କରିଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ସୂଚନା ଫଳକରେ ଅଟକଳ ପରିମାଣ ରହିଥିବା ବେଳେ ଏହା ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ଅନୁଦାନ ରହିଥିବା ଉଲ୍ଲେଖ ରହିଛି। ଏହି ଶୈବପୀଠ ଠାରେ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବିକାଶ ପାଇଁ ଆସିଥିବା ଅନୁଦାନ ଚଞ୍ଚକତା କରି ହରିଲୁଟ ହୋଇଥିବା ମଧ୍ୟ ଜଣାଯାଇଛି l ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସବୁ ଜଣାପଡିବ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *