ଗୋପବନ୍ଧୁ ଙ୍କ ସେବା ମାପିବାକୁ ଫିତା ନାହିଁ
ଗୋପବନ୍ଧୁ ଙ୍କ ସେବା ଅମାପ : ଶ୍ରାଦ୍ଧ ତିଥିରେ ବକ୍ତା ଙ୍କ ସ୍ମୃତି ଚାରଣ
ଭବାନୀପାଟଣା: ଆଜି ସ୍ଥାନୀୟ ଅମଲା ଭବନରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ପୁଣ୍ୟାତ୍ମା ଗୋପବନ୍ଧୁ ଙ୍କ ତ୍ୟାଗ, ତପସ୍ୟା ଏବଂ ସମଗ୍ର ମାନବ ସମାଜ ପାଇଁ ତାଙ୍କ ବଳିଦାନ କୁ ସମସ୍ତେ ସ୍ମରଣ କରିଥିଲେ। ଗୋପବନ୍ଧୁ ଙ୍କ ସେବା କାର୍ଯ୍ୟ ମାପିବା କୁ ଫିତା ବି ନିଅଣ୍ଟ ପଡ଼ିଯିବ ବୋଲି ଅନେକ ବକ୍ତା ମତପୋଷଣ କରିଥିଲେ। ବନ୍ୟା ପୀଡ଼ିତ, ମରୁଡ଼ି ପ୍ରପୀଡ଼ିତ ଲୋକଙ୍କ ପାଇଁ ତାଙ୍କ ସେବା ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା। ଅନ୍ୟପକ୍ଷରେ ଗାନ୍ଧୀ ଙ୍କ ଅହିଂସା ଆନ୍ଦୋଳନରେ ଯୋଗଦେଇ ସେ ଓଡ଼ିଆ ଜାତିକୁ ମାର୍ଗଦର୍ଶନ ଦେଇଥିଲେ। କୌଣସି ସଭା ସମିତିରେ ତାଙ୍କୁ ଉତ୍କଳମଣି ଉପାଧି ଦିଆଯାଇନଥିଲା। ବରଂ ତାଙ୍କର ନିସ୍ୱାର୍ଥପର ସେବା ମନୋଭାବ ପାଇଁ ପ୍ରତିଟି ଓଡ଼ିଆଙ୍କ ହୃଦୟରୁ ତାଙ୍କୁ ଉତ୍କଳର ମଣି ବୋଲି ସମ୍ବୋଧନ କରିଥାନ୍ତି ବୋଲି ଅନେକ ବକ୍ତା ମତ ପୋଷଣ କରିଥିଲେ। ସର୍ବଧର୍ମ ସଭାରେ କଳ୍ପନା ରଥ, ଗୀତା, ଡେଭିଡ୍ ଫିଲିପ୍, ବାଇବେଲ, ମହମ୍ମଦ ଆଜାଦ୍, କୋରାନ ଏବଂ ଗୁରୁଚରଣ ସାନ୍ଧୁ, ଗୁରୁବାଣୀ ପାଠ କରିଥିଲେ। ପୁଣ୍ୟାତ୍ମା ଗୋପବନ୍ଧୁ କୌଣସି ନିର୍ଦ୍ଦିଷ୍ଟ ଧର୍ମର ନୁହନ୍ତି। ବରଂ ମାନବ ସେବା ହିଁ ତାଙ୍କର ପରମ ଧର୍ମ ଥିଲା ବୋଲି ସେମାନେ ନିଜ ନିଜ ଧର୍ମଗ୍ରନ୍ଥ ଉଦ୍ଧୃତ ବାଣୀ ମାଧ୍ୟମରେ ମତ ରଖିଥିଲେ। କବି ସୁଶାନ୍ତ ଦାସ ଉତ୍କଳମଣି ଙ୍କ ସଂକ୍ରାନ୍ତରେ ସ୍ୱରଚିତ କବିତା ପାଠ କରିଥିଲେ।

ପୂର୍ବରୁ ସ୍ଥାନୀୟ ନଗରପାଳିକା ଛକରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ସହରର ବିଭିନ୍ନ ବର୍ଗର ଲୋକେ ପୁଷ୍ପମାଲ୍ୟ ଅର୍ପଣ ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏସମସ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, କଳାହାଣ୍ଡି ଓକିଲ ସଂଘ ସଭାପତି ସନ୍ତୋଷ ପଣ୍ଡା, ଶିକ୍ଷାବିତ୍ ପ୍ରଭାସ ମିଶ୍ର, ଅମଲା ସଂଘ ଉପଦେଷ୍ଟା ରୂପ କେଶରୀ ଦଳେଇ, ମହାବୀର ସାଂସ୍କୃତିକ ଅନୁଷ୍ଠାନ ସମ୍ପାଦକ ସତ୍ୟ ନାରାୟଣ ସିଂ, କଳାହାଣ୍ଡି ଲେଖକ କଲା ପରିଷଦ ସଭାପତି ଉମେଶ ପଣ୍ଡା, ଅଧ୍ୟାପକ ପରମେଶ୍ୱର ମୁଣ୍ଡ, ଶିକ୍ଷାବିତ୍ କଳ୍ପେଶ୍ଵର ପୁରୋହିତ, ବରିଷ୍ଠ ସାମ୍ବାଦିକ ମହମ୍ମଦ୍ ଅଲ୍ଲୀ,ଜୁନାଗଡ଼ ର ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ, ବରିଷ୍ଠ ନାଗରିକ ସଂଘ ସଭାପତି ବିଜୟ ହୋତା, ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଗିରିଜା ବାବୁ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଶରତ ଚନ୍ଦ୍ର ନାଏକ, ସମାଜସେବୀ ସୁଧାଂଶୁ ନେଗୀ , ବରିଷ୍ଠ ଓକିଲ ସଞ୍ଜୀବ ଶତପଥୀ, ନିରଞ୍ଜନ ପଣ୍ଡା, ପ୍ରସନ୍ନ ପଟ୍ଟନାୟକ, ମନୋଜ ପାଣିଗ୍ରାହୀ, କଳାହାଣ୍ଡି କଳାକାର ସଂଘ ସମ୍ପାଦକ ଶେଷଦେବ ମିଶ୍ର, ନଗରପାଳ ବିଷ୍ଣୁ ପ୍ରଧାନ, ଆପ୍ପା ରାଓ, ବିଜେଡି ଉପ ସଭାପତି ଧର୍ମେନ୍ଦ୍ର ନାଏକ, ବରିଷ୍ଠ ବିଜେଡି ନେତା ସାମନ୍ତ ଖମାରୀ , ସାମ୍ବାଦିକ ତାପସ ମହାନ୍ତି, ଯଶୋବନ୍ତ ଧଙ୍ଗଡା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ସବାଖିଆ ସାହିତ୍ୟ ସଂସଦ ସଭାପତି ବିରଞ୍ଚି ନାରାୟଣ ମୁଣ୍ଡ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଯୁବକବି ପ୍ରତାପ ପଣ୍ଡା ସଭା ପରିଚାଳନା କରିଥିଲେ।
ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୮ ଟା ରେ ସ୍ଥାନୀୟ ପୁରୁଣା ପଡ଼ା ପୋଖରୀ ର ତାରିଣୀ ମନ୍ଦିର ଘାଟରେ ଉତ୍କଳମଣି ଗୋପବନ୍ଧୁ ଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଦିଆଯାଇଥିଲା। ପଣ୍ଡିତ ଅଖିଳ ନାଥ ପଣ୍ଡା ପୂଜା କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ ସମାଜ ଜିଲା ପ୍ରତିନିଧି ପ୍ରଶାନ୍ତ ପଣ୍ଡା ଯଜମାନ ଦାୟିତ୍ୱ ତୁଲାଇଥିଲେ।
ବ୍ୟୁରୋ ରିପୋର୍ଟ…
