May 14, 2026
Home » ଗୋପାଳ ରାଇସ ମିଲ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଗୋପାଳ ରାଇସ ମିଲ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

0
WhatsApp Image 2026-05-13 at 1.21.27 PM

ସୁବର୍ଣ୍ଣପୁର:  ବୁଧବାର ଦିନ କଲାପଥର ପଞ୍ଚାୟତ ଅନ୍ତର୍ଗତ ବାଙ୍କବିଜା ଗ୍ରାମ ମଧ୍ୟସ୍ଥ ଗୋପାଳ ରାଇସ୍ ମିଲ୍ ପରିସର ମଧ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋପାଳ ରାଇସ୍ ମିଲ୍ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ ଓ ଲେପ୍ରା ସୋସାଇଟିର ମିଳିତ ଆନୁକୂଲ୍ୟରେ ଏକ କମ୍ପ୍ୟୁଟରୀକୃତ ମାଗଣା ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା । ଶିବିରରେ ପ୍ରାୟ ୬୨ ଜଣ ନାରୀ ପୁରୁଷ ଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଉପଯୁକ୍ତ ଚିକିତ୍ସା ଓ ପରାମର୍ଶ ଦିଆଯାଇଥିଲା । ଗୋପାଳ ରାଇସ୍‌ ମିଲ୍ ତରଫରୁ ମାଗଣାରେ ଚ଼ଷମା ବଣ୍ଟନ କରାଯିବା ସହିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଆତିଥ୍ୟତା ପ୍ରଦାନ କରାଯାଇଥିଲା । ଏହି ଚ଼କ୍ଷୁ ପରୀକ୍ଷା ଶିବିରକୁ ଗୋପାଳ ରାଇସ୍ ମିଲ ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଆର୍ତ୍ତତ୍ରାଣ ବାବୁ ଏବଂ ସୋସାଇଟି ର ମୁଖ୍ୟ ପରିଚାଳକ ଡାକ୍ତର ପ୍ରଶାନ୍ତ ନାଏକ ମିଳିତ ଭାବରେ ଫିତା କାଟି ଶୁଭ ଉଦଘାଟନ କରିଥିଲେ । ନେତ୍ର ଚିକିତ୍ସାଳୟର ଡାକ୍ତର ବିଭୁ ପ୍ରସାଦ ବଳିୟାରସିଂ ଙ୍କ ସହିତ ତାଙ୍କ ସହଯୋଗୀ ଚିକିତ୍ସକ ଭାବରେ ସୁଜିତ୍ ଥପା, ସମୀର ପଧାନ, ଜଗାବଳିଆ ସାହୁ, ସ୍ୱରୂପ ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ପ୍ରଭୃତି ସହଯୋଗ କରିଥିଲେ । ଏହି ଶିବିରକୁ ରାଇସ ମିଲ୍ ର ନିର୍ଦ୍ଦେଶକ ଭାତୃଦ୍ବୟ , ଡାକ୍ତର ଆଭାସ ରଞ୍ଜନ ବାବୁ ଏବଂ ଇଂ. ଆଶିଷରଞ୍ଜନ ବାବୁ ପରିଚାଳନା କରିଥିବା ବେଳେ ଗୋପାଳ ରାଇସ୍ ମିଲ୍ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *