September 24, 2026
Home » ଗୋପାଳପୁରରେ ଉଦଘାଟିତ ହେଲା ଅଲ୍ ଓଡିଶା ସିନିୟର ଷ୍ଟେଟ ରେଙ୍କିଙ୍ଗ୍ ବ୍ୟାଟମିଟନ୍ ଟୁର୍ଣ୍ଣାମେଣ୍ଚ

ଗୋପାଳପୁରରେ ଉଦଘାଟିତ ହେଲା ଅଲ୍ ଓଡିଶା ସିନିୟର ଷ୍ଟେଟ ରେଙ୍କିଙ୍ଗ୍ ବ୍ୟାଟମିଟନ୍ ଟୁର୍ଣ୍ଣାମେଣ୍ଚ

0
WhatsApp Image 2024-09-13 at 11.33.23 AM

ବ୍ରହ୍ମପୁର-ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା ଗୋପାଳପୁର ଠାରେ ଉଦଘାଟିତ ହୋଇଛି ଅଲ୍ ଓଡିଶା ସିନିୟର ଷ୍ଟେଟ ରେଙ୍କିଙ୍ଗ୍ ବ୍ୟାଟମିଟନ୍ ଟୁର୍ଣ୍ଣାମେଣ୍ଚ । ସ୍ଥାନୀୟ ବିଜୁ ପଟ୍ଟନାୟକ ବହୁମୁଖି ଇନଡୋର ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏହି ବ୍ୟାଟମିଟନ୍ ଟୁର୍ଣ୍ଣାମେଣ୍ଚକୁ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା କ୍ରୀଡା ସଂଙ୍ଘର ଜିଲ୍ଲା ସଂପାଦକ ଜେ.କାମେଶ୍ୱର ରାଓ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ରାଜ୍ୟରେ ବିଭିନ୍ନ କ୍ରୀଡା ପାଇଁ ଭିତ୍ତିଭୂମିର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଉଦ୍ୟମ କରାଯାଇଥିବା ବେଳେ ବର୍ତ୍ତମାନ ଅଧିକ ରୁ ଅଧିକ ନୂତନ କ୍ରୀଡାବିତ୍ ସୃଷ୍ଟି କରିବାକୁ ସମସ୍ତେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ । ଓଡିଶା ରାଜ୍ୟ ବ୍ୟାଟମିଟନ୍ ଆସୋସିଏନ୍ ପକ୍ଷରୁ ଆୟୋଜିତ ଏବଂ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ପରିଚାଳିତ ଏହି ପ୍ରତିଯୋଗିତାରେ ଅନ୍ୟତମ ଅତିଥି ରୂପେ ଇଟିଭି ଭାରତର ବରିଷ୍ଠ ସାମ୍ୱାଦିକ ସମୀର କୁମାର ଆଚାର୍ଯ୍ୟ ଯୋଗ ଦେଇ ରାଜ୍ୟର କ୍ରୀଡା କ୍ଷେତ୍ରରେ ଅନେକ କ୍ରୀଡାବିତ୍ ବେଶ ସଫଳତା ପାଇଥିବା ବେଳେ ପ୍ରଥମଥର ପାଇଁ ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହୋଇଥିବା ଏଭଳି ପ୍ରତିଯୋଗିତାରେ ପ୍ରତିଯୋଗୀ ମାନେ ନିଜ ମଧ୍ୟରେ ରହିଥିବା ଅନ୍ତନିର୍ହିତ ଗୁଣାବଳୀର ବିକାଶ ପାଇଁ ଏହା ଏକ ମାଧ୍ୟମ ହୋଇଥିବାରୁ ପ୍ରତେକ ସଫଳ କ୍ରୀଡାବିତ୍ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ୱାନ କରିଥିଲେ ।

 

କାର୍ଯ୍ୟକ୍ରମର ସଂଙ୍ଗଠନ ସମ୍ପାଦକ ମିତେନ୍ଦ୍ର ଭୂୟାଁଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ରୂପେ ବ୍ୟାଟମିଟନ୍ ଆସୋସିଏନ୍ ଜୋନାଲ ସମ୍ପାଦକ ଦୀପକ ରଞ୍ଜନ ମହାନ୍ତି , ମାଲକାନଗିରି ଜିଲ୍ଲା ସଂଙ୍ଘର ସମ୍ପାଦକ ପିତାପଲ ସିଂ , ମୁଖ୍ୟ ରେଫେରି ମନୋଜ କୁମାର ସାବତ ପ୍ରମୁଖ ମଞ୍ଚାସୀଲନ ରହି ରାଜ୍ୟରେ ପ୍ରତେକ ବର୍ଷ ଅଲ୍ ଓଡିଶା ବ୍ୟାଟମିଟନ୍ ଆସୋସିସନ୍ ପକ୍ଷରୁ ଏହାକୁ ତିନି ଥର ଆୟୋଜିତ କରାଯାଉଥିବା ବେଳେ ଏହାରି ମାଧ୍ୟମରେ କ୍ରୀଡାବିତ୍ ଙ୍କ ରେଙ୍କିଙ୍ଗ୍ କରାଯାଇଥାଏ । ଯାହାକି ଏଥିରୁ ଚୟନ ହୋଇଥିବା କ୍ରୀଡାବିତ୍ ମାନେ ଜୋନାଲ ଏବଂ ଜାତୀୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ଚୟନ ହୋଇଥାନ୍ତି । ଏହି ପ୍ରତିଯୋଗିତା ଅନ୍ୟମାନଙ୍କ ମଧ୍ୟରେ ସତ୍ୟନାରାୟଣ ସାହୁ , ସୁବ୍ରତ ସାବତ , କେଶବ ବେହେରା , ସୁରେଶ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ।
ଗୋପାଳପୁର ଠାରେ ଆୟୋଜିତ ହୋଇଥିବା ୟନିକ୍ସ ସନରାଇଜ୍ ଅଲ୍ ଓଡିଶା ସିନିୟର ଷ୍ଟେଟ ରେଙ୍କିଙ୍ଗ୍ ବ୍ୟାଟମିଟନ୍ ଟୁର୍ଣ୍ଣାମେଣ୍ଚ ପ୍ରତିଯୋଗିତାରେ ୧୮ ଟି ଜିଲ୍ଲାରୁ ଉଭୟ ସିନିୟର ବାଳକ ଓ ବାଳିକା ବିଭାଗର ୧୦୭ ଜଣ କ୍ରୀଡାବିତ୍ ଭାଗ ନେଇଥିବା ବେଳେ କୋଚ୍ ଏବଂ ରେଫେରିଙ୍କୁ ମିଶାଯାଇ ସାରା ରାଜ୍ୟରୁ ୧୧୫ ଜଣ ଅଂଶଗ୍ରହଣ କରିଛନ୍ତି । ମୋଟ ପାଞ୍ଚଗୋଟି କେଟେଗୋରୀରେ ଏହି ପ୍ରତିଯୋଗିତା ପରିଚାଳିତ ହେବାକୁ ରହିଥିବା ବେଳେ ଏହା ଆଗାମୀ ୧୫ ତାରିଖରେ ଉଦଯାପିତ ହେବ । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କ୍ରୀଡାବିତ୍ ମାନେ ଗୋପାଳପୁରରେ ଏଭଳି ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବେଶ ଉତ୍ସାହିତ ହୋଇପଡିଥିବା ବେଳେ ସେମାନଙ୍କ ବ୍ୟାଟମିଟନ୍ ରେ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *