ଗୋବିନ୍ଦ ଗୋଧାମ ଗୋଶାଳା ରେ ପଦ୍ମ ବିଭୂଷଣ ଜଗତଗୁରୁ ରାମ ଭଦ୍ରାଚାର୍ଯ୍ୟ ଙ୍କ ୭୭ ତମ ଜନ୍ମ ଜୟନ୍ତୀ ପାଳିତ,
ପୁରୀ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ରାଘବ ପରିବାର ଓଡିଶା ତରଫରୁ ଆଳିପଡା ଗ୍ରାମ ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ରେ ଚିତ୍ରକୂଟ ତୁଳସୀ ପିଠାଧୀଶ୍ୱର ଜଗତଗୁରୁ ରାମାନନ୍ଦାଚାର୍ଯ୍ୟ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପଦ୍ମ ବିଭୂଷଣ ସ୍ୱାମୀ ରାମ ଭଦ୍ରାଚାର୍ଯ୍ୟ ଙ୍କ ୭୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି|

ଏହି ଅବସରରେ ଦଶ ଦିନ ଧରି ଚାଲିଥିବା ଶ୍ରୀରାମ ଚରିତ ମାନସ ଉଦଯାପିତ ହୋଇଛି | ଜୟନ୍ତୀ ଅବସରରେ ଟ୍ରଷ୍ଟ ର ପ୍ରତିଷ୍ଠାତା ଓ ସମ୍ପାଦକ ତଥା ଜଗତଗୁରୁ ଙ୍କ ଶିଷ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବ ରେ ନେବଳ ଦାସ ମଠ ମହନ୍ତ ଡଃ ରାମ ଚରଣ ଦାସ, ହାତୀ ଆଖଡ଼ା ମଠ ମହନ୍ତ ସୁଖରାମ ଦାସ, ପଣ୍ଡିତ ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ମହନ୍ତ କୃଷ୍ଣ ଚନ୍ଦ୍ର ଦାସ ଜୀ ମହାରାଜ ପ୍ରମୁଖ ଯୋଗଦେଇ ଜଗତଗୁରୁ ଙ୍କ ଦ୍ରୀ୍ଘାୟୁ କାମନା କରାଯାଇଥିଲା |

ଏହି ଅବସରରେ ଗ୍ରାମବାସୀ ମାନେ ଭଜନ କ୍ରୀତନ କରିଥିଲେ |କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ |କାର୍ଯ୍ୟକ୍ରମ ଶେଷରେ ଜଗତଗୁରୁ ଙ୍କ ଶିଷ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମହାପ୍ରସାଦ ବାୟୁଯାନ ରେ ନେଇ ରାଜସ୍ଥାନ ର ଜୟପୁର ଠାରେ ଅବସ୍ଥାନ କରୁଥିବା ଜଗତଗୁରୁ ରାମ ଭଦ୍ରା ଚାର୍ଯ୍ୟ ଙ୍କୁ ମହାପ୍ରଭୁ ଙ୍କ ମହାପ୍ରସାଦ ପ୍ରଦାନ କରିଥିଲେ |
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
