ଗୋଷ୍ଟୀ ଭିତ୍ତିକ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଜିଲ୍ଲା ସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର ଜିଲ୍ଲା ସଦର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ତାଲିମ୍ କେନ୍ଦ୍ର ଠାରେ ରେଆର ସୋନପୁର ତରଫରୁ ତଥା ବେସିକ ନିଡ଼ ଇଣ୍ଡିଆ ସହାୟତା ରେ ଗୋଷ୍ଟୀ ଭିତ୍ତିକ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଜିଲ୍ଲା ସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଉଷାରାଣି ଦାସ, ଅନ୍ୟତମ ସମ୍ମାନିତ ଅତିଥିଭାବେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର, ବେସିକ ନିଡ଼ ଇଣ୍ଡିଆ ରାଜ୍ୟ ସଂଯୋଜକ ରାଜୀବ କର୍ମୀ,ମାନସିକ ସ୍ୱାସ୍ଥ୍ୟ ଦାୟିତ୍ୱ ରେ ଏ ଡି ଏମ ଓ ଡା. ତ୍ରିବିକ୍ରମ ପାଣ୍ଡିଆ, ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଅରୂପ ରଂଜନ ଦାସ, ଟିକେରାମ ପଟେଲ,ଯୋଗ ଦେଇଥିଲେ l ସଭା ପ୍ରାରମ୍ଭ ରେ ତରଭା ବ୍ଲକ ଅଂଚଳ ରେ ଚାଲିଥିବା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବିଷୟରେ କ୍ଷେତ୍ର କର୍ମୀ ମିତୃଭାନୁ ମଲ୍ଲିକ ଉପସ୍ଥାପନା କରିଥିଲେ l କାର୍ଯ୍ୟକ୍ରମ ରେ ଉପସ୍ଥିତ ମାନସିକ ଅସୁସ୍ଥ ବ୍ୟକ୍ତି ଓ ସେମାନଙ୍କ ଯତ୍ନକାରୀ ମାନେ ତାଙ୍କର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରିଥିଲେ l କାର୍ଯ୍ୟକ୍ରମ କୁ ଧନୁର୍ଧର ନାଇକ ସଂଯୋଜନା କରିଥିବା ବେଳେ ଗୁଣନିଧି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିତେନ୍ଦ୍ର ସାହୁ, ଆକାଶ ସାହୁ ଓ ସୁଜାତା ନାଏକ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
