July 16, 2025
Home » ଗ୍ରୀନ ପାରାଦୀପ ଟ୍ରଷ୍ଟ” ପକ୍ଷରୁ ଜଗନ୍ନାଥ ମନ୍ଦିର ପରିସର ଓ ବଡଦାଣ୍ଡରେ ସଫେଇ କାର୍ଯ୍ୟକ୍ରମ

ଗ୍ରୀନ ପାରାଦୀପ ଟ୍ରଷ୍ଟ” ପକ୍ଷରୁ ଜଗନ୍ନାଥ ମନ୍ଦିର ପରିସର ଓ ବଡଦାଣ୍ଡରେ ସଫେଇ କାର୍ଯ୍ୟକ୍ରମ

0
WhatsApp Image 2025-07-09 at 8.08.44 PM

ପାରାଦୀପ – ପାରାଦୀପର ଅନ୍ୟତମ ଅଗ୍ରଣୀ ପରିବେଶଧର୍ମୀ ଅନୁଷ୍ଠାନ “ଗ୍ରୀନ ପାରାଦୀପ ଟ୍ରଷ୍ଟ” ଏବଂ ପାରାଦୀପ ସାମ୍ବାଦିକ ମାନଙ୍କ ମିଳିତ ଆନୁକୂଲ୍ୟରେ ମଧୁବନ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ବୁଧବାର ସକାଳେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଟ୍ରଷ୍ଟର ସଭାପତି ତଥା ଯୁବ ସାମ୍ବାଦିକ ରାକେଶ କୁମାର ପଟ୍ଟନାୟକ ଙ୍କ ନେତୃତ୍ୱରେ ଆୟୋଜିତ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ସମେତ ଟ୍ରଷ୍ଟର ସଦସ୍ୟ ଓ ସାମ୍ବାଦିକ ମାନେ ଯୋଗଦେଇ ମନ୍ଦିର ଭିତର ପରିସର ଓ ପରିସର ବାହାର ବଡଦାଣ୍ଡରେ ସଫେଇ କାର୍ଯ୍ୟ କରିଥିଲେ l ଏହି ସଫେଇ କାର୍ଯ୍ୟକ୍ରମରେ ଟ୍ରଷ୍ଟର ଉପଦେଷ୍ଟା ତଥା ସାମ୍ବାଦିକ ଶୁକଦେବ ଜେନା, ଶଶାଙ୍କ ଆଚାର୍ଯ୍ୟ, ରବିନ୍ଦ୍ର ଜେନା, ସୁଧାଂଶୁ ନାୟକ, ସନ୍ତୋଷ ଭାରତୀ,ଆଲୋକ ମହାପାତ୍ର, ଦୀପକ ଦାସ,ବିବେକାନନ୍ଦ ରାଉତ,ସଂଗ୍ରାମ ରାଉତ, ପ୍ରଭାସ ଦାସ, ଗୌରାଙ୍ଗ ଜେନା,ତ୍ରିଲୋଚନ ମହାପାତ୍ର, ପ୍ରୀତି ରଞ୍ଜନ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ତେବେ ଟ୍ରଷ୍ଟ ର ଏପରି ମହତ କାର୍ଯ୍ୟ କୁ ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳ ଉଚ୍ଚ ପ୍ରଶଂସା କରିବା ସହ ରଥଯାତ୍ରା ଅବସରରେ ସ୍ୱଛତା କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ସ୍ବେଛାସେବୀ ସଂଗଠନ ଓ ଏହାର ସଦସ୍ୟ ଓ ସଦସ୍ୟା ମାନଙ୍କୁ ପ୍ରଶଂସା କରିଥିଲେ l

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *