July 27, 2025
Home » ଗ୍ରୀଷ୍ମକାଳୀନ ହ୍ୟାଣ୍ଡବଲ ଶିବିର ଉଦଯାପିତ

ଗ୍ରୀଷ୍ମକାଳୀନ ହ୍ୟାଣ୍ଡବଲ ଶିବିର ଉଦଯାପିତ

0
WhatsApp Image 2025-06-01 at 1.09.11 PM

ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳପଡିଆ ଠାରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ୍ ସଂଘ ପକ୍ଷରୁ ଗତ ମେ ମାସ ୪ ତାରିଖ ଠାରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଗ୍ରୀଷ୍ମ କାଳୀନ ହ୍ୟାଣ୍ଡବଲ ଶିବିର ଆଜି ଉଦଯାପିତ ହଇଯାଇଛି ।ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅଥିତି ରୂପେ ବ୍ରହ୍ଣପୁର ବିଧାୟକ କେ ଅନିଲ କୁମାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅଥିତି ରୂପେ ଜିଲ୍ଲା ବିଜେପି ସଭାପତି ସରୋଜ କୁମାର ସାବତ, ସମାଜ ସେବି ଅଜୟ ମହାରଣା, ଡାକ୍ତର ଦେବଯାନୀ ଦେଓ, ବନମାଳୀ ସେଠି, ବରିଷ୍ଟ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ, ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘର କାର୍ଯ୍ୟକାରି ସଭାପତି ଅଶୋକ କୁମାର ଶୁକ୍ଳ, ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ, ସଙ୍ଘଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, କୋଷାଧକ୍ଷ ଡାକ୍ତର ମନୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ଶିବିର ରେ ଉପସ୍ଥିତ ଥିବା ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିବା ବ୍ରହ୍ମପୁର ବିଧାୟକ ଖେଳାଳିଙ୍କୁ ନିଷ୍ଠାର ସହ ନିୟମିତ ଅଭ୍ୟାସ ରଖିବାକୁ କହିଥିଲେ ଏବଂ ବ୍ରହ୍ମପୁର ଷ୍ଟାଡିୟମରେ ଏକ ସ୍ଥାୟୀ ହ୍ୟାଣ୍ଡବଲ ପଡିଆ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏବଂ ଅନ୍ୟ ଅତିଥି ମାନେ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘର ଏହିପରି ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଶିବିରରେ ୨୫୦ ଜଣ ଖେଳାଳିଙ୍କୁ ଅତିଥି ମାନେ ମାନପତ୍ର ପ୍ରଦାନ କରିଥଲେ। ଏହି କ୍ୟାମ୍ପ ର ଖେଳାଳି ମାନଙ୍କ ଦ୍ୱାରା ବହୁ ସାସଂକୃତି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଏନ୍.ଆଈ.ଏସ୍ କୋଚ ପ୍ରଶାନ୍ତ କୁମାର ରଥଙ୍କ ସହ ବହୁ ବରିଷ୍ଟ ଖେଳାଳି ଉପସ୍ଥିତ ରହି ପ୍ରତିଦିନ ଖେଳାଳି ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘର ଏହି ଉଦ୍ୟମକୁ ବହୁ ଅଭିଭାବକଙ୍କ ସହ ବିଭିନ୍ନ ମୋହଲରେ ପ୍ରଶଂସା କରିଛନ୍ତି। ଏହି ଶିବିରରୁ ବିଭିନ୍ନ ଵର୍ଗରୁ ବହୁ ଖେଳାଳୀ ଚୟନ କରାଯାଇଛି ଏବଂ ଏହି ଖେଳାଳିଙ୍କୁ ଜିଲ୍ଲା ସ୍ତରୀୟ ପ୍ରତୀୟଗୀତା ଭାଗ ନେବାପାଇଁ ସୁଜଗ ଦିଆଯିବ ବୋଲି ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ ଜଣାଇଛନ୍ତି।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *