December 29, 2025
Home » ଘଟଗାଁ ବେଢାପାଳ ଠାରେ କଳାକାର ସମ୍ମିଳନୀ।

ଘଟଗାଁ ବେଢାପାଳ ଠାରେ କଳାକାର ସମ୍ମିଳନୀ।

0
WhatsApp Image 2025-12-28 at 7.52.18 PM

କେନ୍ଦୁଝର:ଘଟଗାଁ ବ୍ଲକ ଅନ୍ତର୍ଗତ ତରା ପଞ୍ଚାୟତ ବେଢାପାଳ ଠାରେ ଦ୍ଵିତୀୟବାର୍ଷିକ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଶ୍ରୀ ବଳଦେବ ଜୀଉ ପାଲା କଳାକାର ସଂଘ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଆଜିର ଉଦଘାଟନୀ ଉତ୍ସବରେ ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ବିଡିଓ ଖଗେଶ୍ଵର ବରାଳ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ, ସମ୍ମାନିତ ଅତିଥିଭାବେ ଶ୍ରୀ ବଳଦେବ ଜୀଉ ପାଲାକାର ସଂଘ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନିରଞ୍ଜନ ମହାକୁଡ଼, ଉପେନ୍ଦ୍ରନାଥ ମିଶ୍ର, ବାବାଜୀ ଚରଣ ଜେନା, ଦିବାକର ବାରିକ ପ୍ରମୂଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଆୟୋଜକ ଥିଲେ ମୁନିବର ନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ। ଶ୍ରୀ ଜଗନ୍ନାଥ କଳାକାର ସଂଘର ସଭାପତି ଫକୀର ଚରଣ ମହାନ୍ତ,ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ସଂଗଠନ ସମ୍ପାଦକ ପ୍ରସାନ୍ତ ଗିରି, ଉପଦେଷ୍ଟା ମଦନ ମୋହନ ବେଜ, ଅଜିତ କୁମାର ମିଶ୍ର, କୋଷାଧ୍ୟକ୍ଷ ଚତୁର୍ଭୁଜ ପଲେଇ ଓ ପ୍ରସାର ପ୍ରଚାର ସଭାପତି ରାଜେନ୍ଦ୍ର କୁମାର ପାତ୍ର କାର୍ଯ୍ୟକ୍ରମର ଗୁରୁଦାୟିତ୍ବ ବହନ କରୁଛନ୍ତି। ସବୁ ବର୍ଗର କଳାକାରଙ୍କୁ ତାଙ୍କର କଳାର ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ ପାଇଁ ସୁଯୋଗ ଦିଆଯାଇଛି। ତତ୍‌ ସହିତ କଳାକାର ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଛି। ଆଜି ପ୍ରଥମ ଦିନରେ କୀର୍ତ୍ତନ, ଭାଗବତ ପାଠ, ଝୁମର, ଚାଙ୍ଗୁ, ହରିନାମ,ଦାସ କାଠିଆ, ଭଜନ, ମୁଣ୍ଡାନାଚ,ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଘଟଗାଁ ବ୍ଲକର ଶହ ଶହ ଲୋକ କାର୍ଯ୍ୟକ୍ରମକୁ ଉପଭୋଗ କରୁଛନ୍ତି।

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *