ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
କେନ୍ଦୁଝର: ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ଯାଜପୁର ଜିଲ୍ଲାର କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ ଘଟଗାଁରେ ମା’ ତାରିଣୀଙ୍କୁ ଦର୍ଶନ କରିଥିଲେ । ମା’ଙ୍କୁ ଦର୍ଶନ କରି ସାରିବା ପରେ ମନ୍ଦିରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅଖଣ୍ଡ ବିଶ୍ୱାସ ଓ ଭକ୍ତିର ପ୍ରତୀକ ମା’ ତାରିଣୀଙ୍କ ଦର୍ଶନ ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ତଥା ଓଡ଼ିଶା ବାହାରୁ ଅନେକ ଭକ୍ତ ଆସିଥାଆନ୍ତି । ରାଜ୍ୟର ଏହି ପ୍ରମୁଖ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ କରିବା ପାଇଁ ବିଜେପି ସଂକଳ୍ପବଦ୍ଧ ବୋଲି ଶ୍ରୀମତୀ ପ୍ରଭାତୀ ପରିଡ଼ା ଜିଲ୍ଲା ସାମ୍ବାଦିକ ମାନଙ୍କୁ ଉଦବୋଧନ ଦେଇ କହି ଥିଲେ ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ )ଇଷ୍ଟର୍ନ ପ୍ରେସ
