ଘର ଆଗରୁ ବୁଲେଟ ଗାଡି ଚୋରି , ଥାନାରେ ଏତଲା।
ଗୋଲାମୁଣ୍ଡା :ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମରୁ ବିଳମ୍ବିତ ରାତ୍ରିରେ ଘର ଆଗରୁ ବୁଲେଟ ମଟର ସାଇକେଲ ଚୋରି ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ସୂଚନାମତେ ବୃନ୍ଦାବାହାଲ ଗ୍ରାମର ଉଦିତ ରାଉତ (୩୬) ଙ୍କ ଲାଲ ଓ କଲା ରଙ୍ଗର ଏକ ବୁଲେଟ ଗାଡି ଓଡ଼ି୦୮ଭି ୭୩୪୮ ନମ୍ବର ବିଶିଷ୍ଟ ଗାଡି ଘର ଆଗରେ ଲକ କରି ରଖିଥିଲେ । ଭୋର ସକାଳୁ ଉଠି ଦେଖିଲା ବେଳକୁ ଗାଡି ନଥିବା ଦେଖିବାକୁ ପାଇଥିଲେ । କୌଣସି ଦୁର୍ବୁର୍ତ୍ତ ମାନେ ଗାଡି ଚୋରି କରି ନେଇଥିବା ସନ୍ଦେହ ହୋଇଥଲା । ବିଭିନ୍ନ ଜାଗାରେ ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ମିଳିପାରିନାହିଁ। ଅନ୍ୟପଟେ ଜଣେ ଦୋକାନୀ ଙ୍କ ସିସିଟିଭି କ୍ୟାମେରା ରେ ବିଳମ୍ବିତ ରାତ୍ରିରେ ୧.୧୭ସମୟରେ ୩ଜଣ ଯୁବକ ଗାଡି ନେଉଥିବା ଭିଡିଓ କଏଦ ହୋଇଛି । ଏନେଇ ଗୋଲାମୁଣ୍ଡା ଥାନାରେ ଅଭିଯୋଗ କାରୀ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଗୋଲାମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ କରୁଛି । ତେବେ ରାତ୍ରିରେ ପୁଲିସ ପେଟ୍ରୋଲିଂ କରୁନଥିବା ଯୋଗୁଁ ଚୋରି କ୍ରମାଗତ ଭାବେ ବଢୁଥିବା ହେତୁ ଜନ ସାଧାରଣ ଧନ ଜୀବନ ସୁରକ୍ଷିତ ନ ଥିବା ଓ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ା କଡି କରିବାକୁ ସର୍ବ ସାଧାରଣରେ ଦାବୀ ହୋଇଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
