March 22, 2026
Home » ଘରୋଇ ନର୍ସିଂହୋମ ରେ ରୋଗୀ ଙ୍କ ମୃତ୍ୟୁ ଘଟଣା : ଚିକିତ୍ସା ରେ ସାଙ୍ଘାତିକ ତ୍ରୁଟି ଅଭିଯୋଗ

ଘରୋଇ ନର୍ସିଂହୋମ ରେ ରୋଗୀ ଙ୍କ ମୃତ୍ୟୁ ଘଟଣା : ଚିକିତ୍ସା ରେ ସାଙ୍ଘାତିକ ତ୍ରୁଟି ଅଭିଯୋଗ

0
WhatsApp Image 2026-03-21 at 1.48.37 PM

 

ସୁବର୍ଣ୍ଣପୁର ସହର ର ଆଶା ନର୍ସିଂ ହୋମ ଠାରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଗୁରୁବାର ଦିନ ତରଭା ସହର ଶିବଶଙ୍କରପଡା ର ମହାବୀର ଅଗ୍ରୱାଲ(୪୩)ଙ୍କ ମୃତ୍ୟୁ ହୋଇଛି l ଏ ନେଇ ମୃତକ ଙ୍କ ବଡ଼ ଭାଇ ସୁଦର୍ଶନ ଅଗ୍ରୱାଲ ସୋନପୁର ଥାନା ରେ ଅଭିଯୋଗ କରିଛନ୍ତି l ଅଭିଯୋଗ ଆଧାର ରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ସୂଚନା ଅନୁସାରେ ଗୁରୁବାର ସୋନପୁର ବୁଢାରଜା ଛକ ଠାରେ ଏକ ପିକଅପ ଧକ୍କା ରେ ମହାବୀର ଙ୍କ ଗୋଡ଼ ଭାଙ୍ଗି ଯାଇଥିଲା l ଆମ୍ବୁଲାନ୍ସ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା l

ସେଠାରେ କାର୍ଯ୍ୟରତ ଡାକ୍ତର ଡ. ଦେବାଶିଷ ସୁବୁଦ୍ଧି ଉକ୍ତ ରୋଗୀ ଙ୍କ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ l ସୋନପୁର ସହର ସ୍ଥିତ ଆଶା ନର୍ସିଂହୋମ ରେ ତାଙ୍କ ର ଅସ୍ତ୍ରୋପଚାର କରିବା ପାଇଁ ଡ. ସୁବୁଦ୍ଧି ରୋଗୀ ଙ୍କ ସମ୍ପର୍କୀୟ ଙ୍କୁ ପ୍ରବର୍ତ୍ତାଇ ଥିଲେ ବୋଲି ଅଭିଯୋଗ ହୋଇଛି l ଏହା ପରେ ଆଶା ନର୍ସିଂହୋମ କୁ ରୋଗୀ ଙ୍କୁ ନିଆଯାଇଥିଲା l ରୋଗୀ ଙ୍କ ପରିବାର ପକ୍ଷରୁ ନର୍ସିଂହୋମ ର ମାଲିକ ଙ୍କୁ 35 ହଜାର ଟଙ୍କା ଫୋନ ପେ ମାଧ୍ୟମରେ ଦେଇଥିଲେ l ଟଙ୍କା ଦିଆଯିବା ପରେ ଡ. ସୁବୁଦ୍ଧି ପହଞ୍ଚି ଚିକିତ୍ସା ଆରମ୍ଭ କରିବା ସହ ମହାବୀର ଙ୍କୁ ଅପରେସନ କକ୍ଷ କୁ ନେଇ ଅସ୍ତ୍ରୋପଚାର କରିଥିଲେ l ପରେ ରୋଗୀ ଙ୍କୁ ଅନ୍ୟତ୍ର ନେବାକୁ ସମ୍ପର୍କୀୟ ଙ୍କୁ କହିଥିଲେ ସମ୍ପୃକ୍ତ ଡାକ୍ତର l ବଲାଙ୍ଗୀର ଡାକ୍ତରଖାନାକୁ ନେବା ବେଳେ ରୋଗୀ ଙ୍କ ମୃତ୍ୟୁ ହୋଇଥିଲା l ସେଠାରୁ ପୁଣି ଆଶା ନର୍ସିଂହୋମ କୁ ଆଣିଥିଲେ, କିନ୍ତୁ ସେଠାରେ ତାଙ୍କ କଥା କେହି ଶୁଣିନଥିଲେ lଏହା ପରେ ମୃତ ମହାବୀର ଙ୍କ ବଡ଼ଭାଇ ସୋନପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ଏକ ମାମଲା ରୁଜୁ କରାଯାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି l ଗତକାଲି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି l ଅଭିଯୋଗ ପାଇ ଶୁକ୍ରବାର ସଂନ୍ଧ୍ୟାରେ ତଦନ୍ତ ଆରମ୍ଭ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚି ମେଡିକାଲ ପରିଦର୍ଶନ କରି ପଞ୍ଜୀକରଣ କାଉଣ୍ଟରରେ ବସି କର୍ମଚାରୀଙ୍କୁ ପଚାରି ବୁଝିଥିଲେ । ପରେ ସିଡିଏମ୍ ଆଣ୍ଡ ପି ଏଚ୍ ଓ, ମେଡିକାଲ୍ ଅଧିକ୍ଷକଙ୍କ ସହ ଆଲୋଚନା କରି ଶ୍ରୀ ଅଗ୍ରୱାଲଙ୍କ ଚିକିତ୍ସା ର ସମସ୍ତ ତଥ୍ୟ ବୁଝିଥିଲେ । କାହିଁକି କେଉଁ ପରିସ୍ଥିତି ରେ ଘରୋଇ ନର୍ସିଂ ହୋମ କୁ ଚିକିତ୍ସା ପାଇଁ ନିଆଗଲା ଓ ମୁଖ୍ୟ ଚିକିତ୍ସାଳୟରୁ ରେଫର୍ କରି ସ୍ଥାନୀୟ ଆଶା ନର୍ସିଂ ହୋମରେ ନେଇ ଚିକିତ୍ସା କରିଥିବା ଉଭୟ ଡାକ୍ତର ଆଜି ହଠାତ୍ ଛୁଟିରେ ପଳେଇ ଥିବାରୁ ଏଥିରୁ ତୃଟି ପୂର୍ଣ୍ଣ ଚିକିତ୍ସାର ଗନ୍ଧ ବାରି ହେଉଛି ବୋଲି ବିସ୍ମିତ ହୋଇଥିଲେ ଜିଲ୍ଲାପାଳ । ଏହି ସବୁ ଘଟଣାର ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ l ପରେ ଘରୋଇ ଆଶା ନର୍ସିଂ ହୋମ କୁ ପରିଦର୍ଶନ କରି ଶ୍ରୀ ଅଗ୍ରୱାଲ ଙ୍କ ଚିକିତ୍ସା ବିଷୟ ରେ ବିଭିନ୍ନ ପ୍ରଶ୍ନ ସହ ତଦନ୍ତ କଲେ ଓ ତ୍ରୁଟି ପୂର୍ଣ୍ଣ ଚିକିତ୍ସା ରେ ସାମିଲ ଥିବା ଡାକ୍ତର ଓ ଦାୟିତ୍ୱ ରେ ଥିବା ନର୍ସିଂ ହୋମ ମାଲିକ ଙ୍କ ଉପରେ ମଧ୍ଯ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ଼. ସାହୁ କହିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *