February 23, 2026
Home » ଘରୋଇ ବସ ରୁ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

ଘରୋଇ ବସ ରୁ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

0
WhatsApp Image 2026-01-06 at 5.24.30 PM

ସୁବର୍ଣ୍ଣପୁର— ଘରୋଇ ବସ ରେ ଯାତ୍ରୀ ହୋଇ ଗଞ୍ଜେଇ ଚାଲାଣ ହେଉଥିଲା l ମଙ୍ଗଳବାର ସକାଳେ ସୋନପୁର ଠାରୁ ସମ୍ବଲପୁର କୁ ଯାଉଥିବା ପତି ନାମକ ଏକ ଘରୋଇ ବସ ରେ ଗଞ୍ଜେଇ ନେଇ ଯାଉଥିଲେ ଦୁଇ ଜଣ ବେପାରୀ l କୌଣସି ସୂତ୍ରରୁ ଖବର ପାଇ ସୋନପୁର ବ୍ଲକ ଛକ ଠାରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି ସୋନପୁର ପୋଲିସ । ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ମୋହନ ଖଟୁଆ ଓ କୈବଲ୍ୟ ନାଗ । କବୈଲ୍ୟ ନାଗ ବୌଦ୍ଧ ଜିଲ୍ଲା ମନମୁଣ୍ଡା ର ହୋଇଥିବା ବେଳେ ମୋହନ ଖଟୁଆ ମଧ୍ୟପ୍ରଦେଶ ର ବୋଲି ଜଣାପଡିଛି । ସୂଚନା ଅନୁସାରେ ମଙ୍ଗଳବାର ସକାଳେ ସୋନପୁର ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ପତି ବସରେ ଦୁଇଜଣ ଯୁବକ ଗଞ୍ଜେଇ ନେଇ ଯାଉଥିବା ଖବର ପାଇଥିଲା ସୋନପୁର ପୋଲିସ । ଯୋଜନାବଦ୍ଧ ଭାବରେ ପୋଲିସ ଚଢ଼ାଉ କରି ବସ ର ଯାଞ୍ଚ କରିଥିଲା । ଫଳରେ ସେହି ଦୁଇଜଣ ଯୁବକ ଧରା ପଡ଼ିଥିଲେ । ସେମାନେ ଦୁଇଟି ବ୍ୟାଗ୍ ରେ ଅଭିନଵ ଉପାୟ ରେ ଗିଫ୍ଟ ପ୍ୟାକିଂ କରି ଗଞ୍ଜେଇ ନେଉଥିଲେ । ପ୍ୟାକେଟ ଚିରି ଗଞ୍ଜେଇ ବଜାର କରାଯାଇଥିଲା ଏବଂ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଓଜନ କରା ଯାଇଥିଲା । ଓଜନ ପରେ ଜବତ ଗଞ୍ଜେଇର ଓଜନ ୧୨ କେଜି ୭୧୦ ଗ୍ରାମ ହୋଇଥିଲା । ପରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଥାନାକୁ ଆଣିଥିବା ସୂଚନା ମିଳିଛି l ଏ ନେଇ ସୋନପୁର ଥାନା ରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚଳାଇଛି ପୋଲିସ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *