ଚତୁର୍ଥ କୁଲିପାଲି ପ୍ରିମିୟର ଲିଗ ନାଇଟ ସର୍କିଲ ର ଗ୍ରାଣ୍ଡ ଫାଇନାଲ, ଯୋଗ ଦେଲେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ହରଡଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଲିପାଲିଠାରେ ଜୟ ଜଗନ୍ନାଥ କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ଚତୁର୍ଥ କୁଲିପାଲି ପ୍ରିମିୟର୍ ଲିଗ୍ ନାଇଟ୍ ସର୍କିଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୬ ର ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଗ୍ରାଣ୍ଡ ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫାଇନାଲ ମ୍ୟାଚ୍ ର ଶୁଭ ଉଦଘାଟନ କରିଥିଲେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ lସମ୍ମାନିତ ଅତିଥି ଭାବରେ ହରଡଖୋଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ମୋହନ କର୍ମୀ, ସମିତି ସଭ୍ୟ ମନୁରାଜ କର୍ମୀ,କଳାପଥର୍ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଅରବିନ୍ଦ ବାରିକ,ଲକର୍ମା ପ୍ୟାକ୍ସ ସେକ୍ରେଟେରୀ ଶରତ ଚନ୍ଦ୍ର ନନ୍ଦ,ସମାଜ ସେବୀ ବୁଲୁ ନେଗୀ,ଅମୀୟ ରଞ୍ଜନ ଦାଶ, ଅବକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। କ୍ଳବ୍ ର ସଭାପତି ଅନିଲ ଦାଶ, ସମ୍ପାଦକ ଭକ୍ତ କର୍ମୀ,ସହ ସମ୍ପାଦକ ବିକାଶ ରଥ, କୋଷାଧ୍ୟକ୍ଷ ବ୍ୟାସ ଦେବ ନନ୍ଦ, ଜଗଦୀଶ କର୍ମୀ,ଭୈରବ ପଧାନ, ଦେବାଶିଷ ଦାଶ, ସୀତାକାନ୍ତ ଅମାତ, ଆଶିଷ,ପ୍ରଶାନ୍ତ,ଧୃବ ଚରଣ ଉପସ୍ଥିତ ରହି ମ୍ୟାଚ୍ ପରିଚାଳନା କରିଥିଲେ। ଫାଇନାଲ ମ୍ୟାଚ୍ ଟି ଥଣ୍ଡର୍ ଷ୍ଟ୍ରାଇକର୍ ଓ ମିଶ୍ର ସ୍ପୋଟିଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ମିଶ୍ର ସ୍ପୋଟିଙ୍ଗ ଫାଇନାଲରେ ବିଜୟୀ ହୋଇ କେ.ପି.ଏଲ୍ ସିରିଜ୍ ହାତେଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
