March 12, 2025
Home » ଚତୃର୍ଥ ବାଉଁଶୁଣୀ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚତୃର୍ଥ ବାଉଁଶୁଣୀ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0

ସୁବର୍ଣ୍ଣପୁର –ବୌଦ୍ଧ ବ୍ଲକ ବାଉଁଶୁଣୀ ହାଇସ୍କୁଲ୍ ଖେଳ ପଡିଆଠାରେ ଚତୁର୍ଥ ବାଉଁଶୁଣୀ ଲୋକ ମହୋତ୍ସବ ୨୦୨୫ ପାଇଁ ଏକ ପ୍ରଥମ ପ୍ରସ୍ତୁତି ବୈଠକ ସଭାପତି ଉମା ଶଙ୍କର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସଭାପତି ପୂର୍ବ ମହୋତ୍ସବର ଆୟ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ଆସନ୍ତା ବର୍ଷ ଫେବୃଆରୀ ୮ ତାରିଖ ରୁ ୧୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ମହୋତ୍ସବ ଆୟୋଜନ ପାଇଁ ବୈଠକରେ ଧାର୍ଯ୍ୟ କରାଯାଇଛି ।ମହୋତ୍ସବ ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି lମହୋତ୍ସବର ଖର୍ଚ୍ଚ କାଟ ସହ ଅଦରକାରୀ ଖର୍ଚ୍ଚ କାଟ କରିବାକୁ ଆଲୋଚନା ହୋଇଥିଲା l ଆଲୋଚନାରେ ଉପ ସଭାପତି ମନୋଜ କୁମାର ଗାଈଗୋଉରିଆଙ୍କ ସମେତ ସମସ୍ତ କମିଟି ସଦସ୍ୟଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ l ସର୍ବାଗ୍ରେ ପ୍ରଚାର ପ୍ରସାର କମିଟିରେ ସୁମନ୍ତ ମେହେର, ଦେବାଶିଷ ନେପାକ ଓ ଶରତ ମୁଦୁଳି ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି l ଏହି ବୈଠକରେ ସଭାପତି ଉମାଶଙ୍କର ପାଢ଼ୀ, ସମ୍ପାଦକ ସୀତାକାନ୍ତ ସିଂଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ଆଗାମୀ ବୈଠକ ପାଇଁ ଆବାହକ ସରୋଜ ତ୍ରିପାଠୀଙ୍କ ନିଷ୍ପତ୍ତି ରେ ଅନୁଷ୍ଠିତ ହେବl ନେଇ ଆଲୋଚନା ହୋଇଥିଲା।ଶେଷରେ କମିଟି ସଦସ୍ୟ ଉତ୍ତମ କୁମାର ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ l

– ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *