February 23, 2025
Home » ଚବିଶ ବର୍ଷ ର ବିଜେଡି ସରକାର ଙ୍କର ମୁଖା ଖୋଲିଲା

ଚବିଶ ବର୍ଷ ର ବିଜେଡି ସରକାର ଙ୍କର ମୁଖା ଖୋଲିଲା

0

ଓଡିଶା ମୁନିସିପାଲ ଆକ୍ଟ 1950,ଧାରା 53,ଅନୁଯାଇ ଦେବଗଡ଼ ପୌରାଧକ୍ଷl ବହିସ୍କୃତ ଦେବଗଡ଼ ତା 29.01:-ଓଡିଶା ମୁନିସିପାଲ ଆକ୍ଟ -1950,ଧାରା 53ଅନୁଯାଇ, ଦେବଗଡ଼ ନଗରପାଳିକାର ଚେୟାରମ୍ୟାନ ଶ୍ରୀମତୀ ଶାନ୍ତିମଞ୍ଜୋରୀ ଦେଇ, ତାଙ୍କ ପଦବୀରୁ ବହିସ୍କୃତ ହୋଇଛନ୍ତିl ସମ୍ବାଦରୁ ପ୍ରକାଶଯେ, ଓଡିଶା ସରକାରଙ୍କ ଗୃହ ଓ ନଗରଉର୍ଣ୍ଣୟନ ବିଭାଗଙ୍କ ଚିଠି ସଂଖ୍ୟା 1902,ତା 28.01.25 ଅନୁଯାଇ,ଚେୟାରମ୍ୟାନଙ୍କୁ ତତକ୍ଷଣାତ ବହିଷ୍କାର କରାଯାଇଛି, ବୋଲି ଜଣାଯାଇଛିl ଉପରୋକ୍ତ ଧାରା ଅନୁଯାଇ ଧାରାବାହିକ ଭାବେ ମୁନିସିପାଲ ଆକ୍ଟଗୁଡିକୁ ଅବମାନନା କରୁଥିବା ଅଭିଯୋଗରେ ଶ୍ରୀମତୀ ଶାନ୍ତିମୋନଜରୀ ଦେଇଙ୍କୁ ସରକାର ଗତ ନଭେମ୍ବର ମାସ 11ତାରିଖ ଦିନ କାରଣ ଦର୍ଶାଇବା ପାଇଁ ନୋଟିସ ଜlରିକରିଥିଲେl ଚେୟାରମ୍ୟାନ ଏହି ନୋଟିସକୁ ହାଇ କୋଟରେ ଚେଲେଞ୍ଜ କରିଥିଲେl ମାନ୍ୟବର ହାଇକୋଟ ଗତ ଡିସେମ୍ବର 11ତାରିଖ ଦିନ ତାଙ୍କ ଆବେଦନକୁ ଖାରୋଜ କରିଦେଇ ଥିଲେ ଓ 7ଦିନ ମଧ୍ୟରେ ନିଜ ଜବାବ ଦlଖଲ କରିବାକୁ ନିର୍ଦ୍ଧେଶ ଦେଇଥିଲେl ତତଅନୁଯାଇ, ଚେୟାରମ୍ୟାନ ଡ଼ିସେମ୍ବର 17ତାରିଖ ଦିନ ତାଙ୍କ ଉତ୍ତର ରଖିଥିଲେ lଏହାପରେ ମଧ୍ୟ “ନାଚୁରାଲ ଜଷ୍ଟିସ” ଦୃଷ୍ଟିରୁ ଗତ ତା 22.01.25ରିଖ ଦିନ ମାନ୍ୟବର ଗୃହ ଓ ନଗରଉନୟନ ବିଭାଗ ମନ୍ତ୍ରୀଙ୍କ ଅଦାଲତରେ ଚେୟାରମ୍ୟାନଙ୍କୁ ଶୁଣାଣି ପାଇଁ ସୁଯୋଗ ଦିଆଯାଇଥିଲାl କିନ୍ତୁ, ଚେୟାରମ୍ୟାନଙ୍କ ଉତ୍ତର ସନ୍ତୋଷଜନକ ନହେବାରୁ ଉପରୋକ୍ତ ଚିଠି ଅନୁଯାଇ ଚେୟାରମ୍ୟାନଙ୍କୁ ତାଙ୍କ ପଦବୀରୁ ଗତ ତା 28.01.25ରିଖ ଦିନଠାରୁ ବିହିଷ୍କାର କରାଯାଇଛିl ଓଡିଶା ମୁନିସିପାଲ ଆକ୍ଟ -1950,ଧାରା 53,ଓଡ଼ିଶରେ ପ୍ରଥମଥର ପାଇଁ ଓଡିଶା ସରକାର କାର୍ଯ୍ୟକାରୀ କରିଛନ୍ତି ବୋଲି ଜଣାଯାଏl ଦ୍ୱିତୀୟରେ, ଦେବଗଡ଼ ପୌରପରିଷଦର ଜଣେ ଚେୟାରମ୍ୟାନଙ୍କୁ ଏତାଦୃଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ମଧ୍ୟ ପ୍ରଥମ ଘୋଟଣା lଏଣୁ ଏହି ନିଷ୍ପତି ଐତିହାସିକ କୁହାଯାଇପାରେ।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *