February 9, 2026
Home » ଚବିଶିକୁଦ ବାଡ଼ ବିଶ୍ୱକର୍ମା ସମିତିର ନୂତନ କର୍ମକର୍ତ୍ତା ନିର୍ବାଚିତ

ଚବିଶିକୁଦ ବାଡ଼ ବିଶ୍ୱକର୍ମା ସମିତିର ନୂତନ କର୍ମକର୍ତ୍ତା ନିର୍ବାଚିତ

0
WhatsApp Image 2026-01-07 at 7.05.08 PM

ବ୍ରହ୍ମଗିରି: ପୁରୀ ଜିଲ୍ଲା ସ୍ତରରେ ଛବାଡ ବିଶ୍ୱକର୍ମା ନିଯୋଗ ସହିତ ସହବନ୍ଧିତ ହୋଇଥିବା ଚବିଶିକୁଦ ବାଡ଼ ବିଶ୍ୱକର୍ମା ସମିତି ର ଆଜି ଏକ ଗୁରୁତ୍ବପୂର୍ଣ୍ଣ ଅଧିବେଶନ ସମିତିର ବ୍ରହ୍ମଗିରି ସ୍ଥିତ ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏହି ଅଧିବେଶନରେ ଶିକ୍ଷାବିତ୍ ସୁରେନ୍ଦ୍ର ନାଥ ମହାରଣା ଅଧ୍ୟକ୍ଷତା କରିଥିଲେ।ଏଥିରେ ଚବିଶିକୁଦ ବାଡ଼ରେ ଥିବା ୧୨ ଗୋଟି ପଡୋଶି ର କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନାରେ ସମସ୍ତ ଯୋଗ୍ୟ ବିଶ୍ୱକର୍ମା ପରିବାରକୁ ଅଗ୍ରାଧିକାର ଦେଇ ଯୋଜନାରେ ସାମିଲ୍ କରାଇବା ପାଇଁ ସଭାରେ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ବିଶ୍ୱକର୍ମା ଯୋଜନାରେ ବିଶ୍ୱକର୍ମା ପରିବାରକୁ ଗୁରୁତ୍ବ ଦିଆ ଯାଉ ନଥିବାରୁ ସଭାରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ବିଶ୍ୱକର୍ମା ଯୋଜନା ସହିତ କା ଷ୍ଠଶିଳ୍ପୀ ଓ ଲୌହ ଶିଳ୍ପୀ ମାନଙ୍କୁ ଅନ୍ୟ ସରକାରୀ ଯୋଜନାରେ ଅଗ୍ରାଧିକାର ଭିତ୍ତିରେ ସାମିଲ୍ କରିବା ପାଇଁ ସମିତି ଦାବି ଜଣାଇଛି।ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ସଭାରେ ଆଲୋଚନା କରାଯାଇଥିଲା।ତୃଣମୂଳ ସ୍ତରରେ ବ୍ୟାପକ ସଭ୍ୟ ସଂଗ୍ରହ, ଯୁବକଯୁବତୀ ଓ ମହିଳାଙ୍କୁ ଅଧିକ ସଂଖ୍ୟାରେ ସଂଗଠନରେ ସାମିଲ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।ଏହି ଅବସରରେ ସମିତିର କାର୍ଯ୍ୟକାଳ ସରି ଯାଇଥିବାରୁ ତାହାକୁ ଭଙ୍ଗ କରାଯାଇଥିଲା।ଆଗାମୀ ୩ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା।ସର୍ବ ଶ୍ରୀ ଧର୍ମପଦ ମହାରଣା,ସଭାପତି ,ଉପସଭାପତି ରୂପେ ନୀଳକଣ୍ଠ ମହାରଣା, ସମ୍ପାଦକ, ଧନେଶ୍ଵର ମହାରଣା,ସହ ସମ୍ପାଦକ ସୁବାସ ଚନ୍ଦ୍ର ମହାରଣା ଏବଂ କୋଷାଧ୍ୟକ୍ଷ ରୂପେ ପଦ୍ମଚରଣ ମହାରଣା ନିର୍ବାଚିତ ହୋଇଛନ୍ତି। ଏଥିସହିତ ୨୪ ଜଣିଆ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଛି। ଉପଦେଷ୍ଟା ମଣ୍ଡଳୀରେ ରାଜକିଶୋର ମହାରଣା(କ) ରାଜକିଶୋର ମହାରଣା (ଖ)ସୁରେନ୍ଦ୍ର କୁମାର ମହାରଣା ଏବଂ ସହଦେଵ ମହାରଣା ରହିଛନ୍ତି ।ସଭା ଆରମ୍ଭରେ ରାଜକିଶୋର ମହାରଣା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ରାମଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *