ଚମ୍ପତିପୁର ଇଟାମାଟି ପାସେଞ୍ଜର ହଲ୍ଟ ଦାବୀ ଜୋର୍ ଧରିଲା
ନୟାଗଡ : ( ଇପିଏ ) ନୟାଗଡ ବାଲୁଙ୍କେଶ୍ୱର ରେଲୱେ ସଂଗ୍ରାମ ସମିତି ତରଫରୁ ବାରମ୍ବାର ଦାବି ସତ୍ୱ ଇଟାମାଟି ଚମ୍ପତିପୁର ଠାରେ ଏକ ପସେଞ୍ଜର ହଲ୍ଟ କରିବା ପାଇଁ ରେଳ ବିଭାଗ ଆବହେଳା କରୁଛନ୍ତି । ଦୀର୍ଘ ଦଶ ବର୍ଷ ଧରି ବାଲୁଙ୍କେଶ୍ୱର ରେଲୱେ ସଂଗ୍ରାମ ସମିତି ବିଭିନ୍ନ ସମୟରେ ରାସ୍ତା ରୋକ ଓ ରେଳରୋକ କରିଛି, ଏବଂ ରେଳ ବିଭାଗର ଉଚ୍ଚ ପଦସ୍ଥ ଅଫିସରଙ୍କ ସହ ଆଲୋଚନା କରି ଦାବି ଜଣାଇଛି ଓ ଦଶ ହଜାର ଦସ୍ତଖତ ସହ ଏକ ଦାବି ପତ୍ର କତୃପକ୍ଷଙ୍କୁ ଦେଇ ଆସିଛି । ଏହା ସତ୍ତ୍ୱେ ରେଳ ବିଭାଗ କୋୖଣସି ପଦକ୍ଷେପ ନେଇ ନାହାନ୍ତି ।


ଆଜି ବାଲୁଙ୍କେଶ୍ୱର ରେଲୱେ ସଂଗ୍ରାମ ସମିତିର ସଭାପତି ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଉମେଶ ଚନ୍ଦ୍ର ପଟ୍ଟନାୟକ ନିରଞ୍ଜନ ସାଥୁଆ, ଗଙ୍ଗାଧର ନିଶଙ୍କ ଓ ବିଶ୍ୱନାଥ ବରାଡ଼ ପ୍ରମୁଖ ଭୁବନେଶ୍ୱର ରେଲୱେ ସଦନକୁ ଯାଇ ଜିଏମ୍ G. M ଓ ଖୋର୍ଦ୍ଧା ରୋଡ ଡିଭିଜନ ଅଫିସକୁ ଯାଇ ଡିଭିଜନ ମ୍ୟାନେଜରଙ୍କୁ ଚମ୍ପତିପୁର ଇଟାମାଟି ଠାରେ ବହୁ ପ୍ରତିକ୍ଷିତ ପାସେଞ୍ଜର ହଲ୍ଟ ପାଇଁ ଦାବି ପତ୍ର ଦେଇଛନ୍ତି । ଏହି ଦାବି ପତ୍ର ମାଧମ ରେଲୱେ ବିଭାଗକୁ ଦାବୀପତ୍ରରେ ଉଲେଖିତ ଅଛି ଯଦି ପନ୍ଦର ଦିନ ମଧରେ ପାସେଞ୍ଜାର ହଲ୍ଟ ନହେଲା, ତେବେ ନୟାଗଡ ଷ୍ଟେସନ ଠାରେ ରେଳରୋକ କରିବାକୁ ରେଲୱେ ସଂଗ୍ରାମ ସମିତି ବାଧ୍ୟ ହେବ । ଏହି ଦାବିକୁ ଇଟାମାଟି ସରପଞ୍ଚ, ଚମ୍ପତିପୁର ସରପଞ୍ଚ, ନାଟୁଗାଁ ସରପଞ୍ଚ, ଲାଠିପଡ଼ା ସରପଞ୍ଚ, ଗୁଣ୍ଠୁଣି ସରପଞ୍ଚ, ଶଳାଧରିଆ ସମିତି ସଭ୍ୟ, ପାଣ୍ଡୁସର ସରପଞ୍ଚ, ଗମ୍ଭୀରିଡିହି ସରପଞ୍ଚ, ଇକିରି ସରପଞ୍ଚ, ଯେମଦେଇ ପୁର ସରପଞ୍ଚ,ଏମାନେ ସମସ୍ତେ ଏହି ଆଦୋଳନଙ୍କୁ ଲିଖିତ ସମର୍ଥନ ଜଣାଇବା ସଙ୍ଗେ ସଙ୍ଗେ ଯଦୁମଣି ବରିଷ୍ଠ ନାଗରିକ ମଞ୍ଚ ଇଟାମାଟି ପ୍ରଦୀମ୍ନ ସାହୁ ପୁବର୍ତନ ସମିତି ସଭ୍ୟ ସୁରେନ୍ଦ୍ର ସାହୁ, ବଣିକ ସଙ୍ଘ ସଭାପତି ଇଟାମାଟି, କିଶ୍ବର ଚନ୍ଦ୍ର ନାୟକ, ପୂର୍ବତନ ବଣିକ ସଙ୍ଘ ସଭାପତି ଏବଂ ଶହ ଶହ ଜନ ସାଧାରଣ ସମର୍ଥନ ଜଣାଇଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
