ଚମ୍ପତିପୁର ଠାରେ ପସେଞ୍ଜର ହଲ୍ଟ ନ ହେଲେ ଆଇନିକୁ ହାତକୁ ନେବାକୁ ରେଳ ବିଭାଗକୁ ଚରମ ବାଣୀ ଶୁଣାଇଲା ବାଲୁଙ୍କେଶ୍ୱର ରେଲୱେ ସଂଗ୍ରାମ ସମିତି
ନୟାଗଡ ଠାରୁ ଦୂର ଚମ୍ପତିପୁର ଠାରେ ଏକ ପାସେଞ୍ଜର ହଲ୍ଟ ପାଇଁ ଦୀର୍ଘ ଆଠବର୍ଷ ଧରି ବାଲୁଙ୍କେଶ୍ୱର ରେଲୱେ ସଂଗ୍ରାମ ସମିତି ଇଟାମାଟି ଚମ୍ପତିପୁର ଆନ୍ଦୋଳନ କରିଆସୁଛି । ବିଭିନ୍ନ ଉପାୟରେ ଯଥା ଦଶହଜାର ଦସଖତ, ରାସ୍ତା ରୋକ,ରେଳ ରୋକ, ବାରମ୍ବାର ରେଲୁଏ ଅଫିସରଙ୍କୁ ଦେଖାକରିବା ସତ୍ତ୍ୱେ କେହି ଶୁଣୁନାହାନ୍ତି। ଗତ ତା ୧୬/୧୨/୨୦୨୫ ରିଖରେ ସମିତିର ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ନିରଞ୍ଜନ ସାଥୂଆ ଏବଂ ଉମେଶ ଚନ୍ଦ୍ର ପଟ୍ଟନାୟକ, ଗଙ୍ଗାଧର ନିଶଙ୍କ, ଶରତ ଚନ୍ଦ୍ର ବାଇ ସମସ୍ତେ ମିସି ଡିଭିଜିନାଲ ରେଲୱେ ମ୍ୟାନେଜର ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ରୋଡ଼ ଜଙ୍କସନ ଏବଂ ଜେନେରାଲ ମ୍ୟାନେଜର ଇଷ୍ଟ କୋଷ୍ଟ ରେଲୱେ ଭୁବନେଶ୍ୱରଙ୍କୁ ଆମର ଦାବୀ ପତ୍ର ଦେଇଆସିଚୁ। ଯଦି ଚଂପତିପୁର ଠାରେ ପସେଞ୍ଜର ହଲଟ ନ କରିବେ ଆମେ ବାଧ୍ୟହେବୁ ପୁଣି ଥରେ ରେଳରୋକ କରିବା ପାଇଁ । ଚମ୍ପତିପୁର ଠାରେ ପସେଞ୍ଜର ହଲଟ ନିର୍ମାଣ ହେଲେ ଇଟାମାଟି , ଚମ୍ପତିପୁର, ପଣ୍ଡୁସର୍, ଲାଠିପଡା, ନଟୁଗାଁ, ସଜନାପଡା, ଗୁଣ୍ଠୁନି, ରାଣୀପଡା , ଶାଳଝରିଆ, ଗଦାଧରପ୍ରସାଦ, ସରଧାପୁର ପ୍ରଭୁତି ଗ୍ରାମପଞ୍ଚାୟତର ଜନସାଧାରଣ ରେଲଯାତ୍ରାର ସୁଯୋଗ ପାଇପାରିବେ। ବର୍ଷରେ ବାରମାସ ତେରପର୍ବ ଜଗନ୍ନାଥଙ୍କ ଯାନିଯାତ୍ରା, ପିତୃଶ୍ରାଦ୍ଧ, କାର୍ତ୍ତିକ ମାସର ହବିଷ ସେବା ଓ ଭକ୍ତମାନେ ରେଳଯୋଗେ ପୁରୀ ଯାଇପାରନ୍ତେ। ଛାତ୍ରଛାତ୍ରୀମାନେ ଉଚ୍ଚତର ଶିକ୍ଷ୍ୟା, ବିଭିନ୍ନ ପ୍ରତିଦ୍ବନ୍ଦିତା ପରୀକ୍ଷା ଦେବାପାଇଁ ରେଲଯୋଗେ ବିଭିନ୍ନ ସହରକୁ ଯାଇପାରନ୍ତେ, ଏବଂ ବ୍ୟବସାୟୀ ଭାଇମାନେ ରେଲଯୋଗେ ବିଭିନ୍ନ ଜାଗାକୁ ଯାଇ ବ୍ୟବସାୟ କରିପାରନ୍ତେ ।ବହୁ ପରିମାଣରେ ବେକାର ସମସ୍ୟା ଦୂର ହୋଇ ପାରନ୍ତା। କିନ୍ତୁ ଆମରାସ୍ତା ଦେଇ ରେଲ ଯାଉଥିଲେ ମଧ୍ୟ ଆମେ ରେଲ ସେବାରୁ ବଞ୍ଚିତ ହେଉଛୁ।ଯଥାଶୀଘ୍ର ଆମ ଦାବୀ ପୁରଣ କରନ୍ତୁ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
