ଚମ୍ପତିପୁର ମିଶ୍ରଣ ପର୍ବରେ ବିଜେଡିକୁ ବଡ ଝଟକା
ନୟାଗଡ ଜିଲ୍ଲା ନୟାଗଡ ବ୍ଲକ ଅନ୍ତାର୍ଗତ ତିପୁରରେ ଆୟୋଜିତ ମିଶ୍ରଣ ପର୍ବରେ ଶତାଧିକ କର୍ମୀ ଓ ନେତୃବୃନ୍ଦ ବିଜେପିରେ ଯୋଗଦାନ ବିଜୁ ଜନତା ଦଳ (ବିଜେଡି)କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବିଜେଡିକୁ ଛାଡ଼ି ଶତାଧିକ କର୍ମୀ, ସମର୍ଥକ ଓ କିଛି ପ୍ରମୁଖ ନେତୃବୃନ୍ଦ ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗଦାନ କରିଛନ୍ତି। ଏହି ମିଶ୍ରଣ ପର୍ବରେ ଉପସ୍ଥିତ ବିଜେପିର ବରିଷ୍ଠ ନେତୃବୃନ୍ଦ ନୂତନ ଯୋଗଦାନକାରୀ କର୍ମୀମାନଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ନେହପୂର୍ଣ୍ଣ ସ୍ବାଗତ କରିଥିଲେ। ଦୀର୍ଘଦିନ ଧରି ବିଜେଡି ଦଳରେ ଅବହେଳା, ଜନସାଧାରଣଙ୍କ ସମସ୍ୟା ପ୍ରତି ଅନାସକ୍ତି ଏବଂ ନୀତିହୀନ କାର୍ଯ୍ୟପ୍ରଣାଳୀରେ ଅସନ୍ତୁଷ୍ଟ ହୋଇ ସେମାନେ ବିଜେପିରେ ଯୋଗଦାନ କରିଥିବା କଥା ସ୍ପଷ୍ଟ କରିଥିଲେ।

ଏହି ମିଶ୍ରଣ ପର୍ବରେ କନ୍ଧମାଳର ପୂର୍ବତନ ସାଂସଦ, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟା ଏବଂ ନୟାଗଡ଼ର ରାଣୀମା ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ସହ ସମସ୍ତ ମଣ୍ଡଳ ସଭାପତି ଓ ଅନ୍ୟାନ୍ୟ ବରିଷ୍ଠ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଣୀମା ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ଓ ଦୂରଦର୍ଶୀ ନେତୃତ୍ୱରେ ଚାଲୁଥିବା ଜନକଲ୍ୟାଣମୂଳକ ଯୋଜନା, ସ୍ଵଚ୍ଛ ଶାସନ ଓ ବିକାଶମୂଳକ ରାଜନୀତି ପ୍ରତି ଆସ୍ଥା ରଖି ଗ୍ରାମାଞ୍ଚଳର ସାଧାରଣ ଜନତା ବିଜେପି ସହ ଯୋଡ଼ି ହେଉଛନ୍ତି।“ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ” ନୀତି, ବିଜେପି ସରକାରଙ୍କ ଜନହିତକାରୀ ଯୋଜନା ଏବଂ ସୁଶାସନରେ ପ୍ରଭାବିତ ହୋଇ ସାଧାରଣ ଲୋକେ ବିଜେପି ପ୍ରତି ଆକୃଷ୍ଟ ହେଉଥିବା ମତ ସେ ପ୍ରକାଶ କରିଥିଲେ।ଏହି ବ୍ୟାପକ ଯୋଗଦାନ ଚମ୍ପତିପୁର ସହ ସମଗ୍ର ଅଞ୍ଚଳରେ ବିଜେପି ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଆଗାମୀ ନିର୍ବାଚନରେ ଦଳକୁ ନୂତନ ଶକ୍ତି ଓ ଗତି ପ୍ରଦାନ କରିବ ବୋଲି ଦଳ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।ବିଜେପି ଓଡ଼ିଶାର ସାଧାରଣ ଲୋକଙ୍କ ସେବା, ବିକାଶ ଓ ସୁଶାସନ ପାଇଁ ପ୍ରତିବଦ୍ଧ ରହି ଆଗାମୀ ଦିନରେ ମଧ୍ୟ ଜନସମସ୍ୟାର ସମାଧାନ ପାଇଁ ଦୃଢ଼ ଭାବେ ଲଢ଼େଇ କରିବ ବୋଲି ଦଳ ପକ୍ଷରୁ ପୁନଃ ଦୃଢ଼ ମତ ପ୍ରକାଶ କରାଯାଇଛି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
