ଚରଦା ଗ୍ରାମରେ ନବବଧୂ ମୃତ୍ୟୁ ଘଟଣା : ଯୌତୁକ ସାମଗ୍ରୀ ଫେରାଇଲେ ଶାଶୁ ଘର ଲୋକ
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗ୍ରାମରେ ଯୌତୁକ ପାଇଁ ନବ ବଧୂ ଙ୍କ ମୃତ୍ୟୁ ଘଟିଥିଲା l ଏନେଇ ମୃତକ ଙ୍କ ମା ସବିତା ବିନିକା ଥାନା ରେ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ପୁଲିସ ଉପସ୍ଥିତି ରେ ଯୌତୁକ ସାମଗ୍ରୀ ଶାଶୁ ଘର ଲୋକ ମୃତ ନବବଧୂ ଙ୍କ ପାରିବାର କୁ ଫେରସ୍ତ କରି ଦେଇଛନ୍ତି l ସୁଚନା ଅନୁସାରେ ଗତ ତା ୩/୬/୨୦୨୪ ରିଖ ଚରଦl ଗ୍ରାମର ନରେନ୍ଦ୍ର ପଧାନ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘିକୁଣ୍ଡି ଗ୍ରାମର ଅଞ୍ଜଳି ମହାକୁର ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ବିବାହ ସମୟରେ ଅବଶ୍ୟକ ମୁତlବକ ଯୌତୁକ ସାମଗ୍ରୀ ଦିଆଯାଇଥିଲା l
ବିବାହ ର କିଛି ଦିନ ପରେ ସୁନା ଅଳଙ୍କାର ୩ଭରି, ନଗଦ ୨ ଲକ୍ଷ ଟଙ୍କା ଆଣିବା ପାଇଁ ଜ୍ବାଇଁ ନରେନ୍ଦ୍ର ଅଞ୍ଜଳିକୁ ଚାପ ପକାଇବl ସହ ମାର ପିଟ କରୁଥିଲେ l ସେହିପରି ଜ୍ୱlଇଁ ନରେନ୍ଦ୍ର ତା ଭାଉଜ ସହ ଅନୈତିକ ସମ୍ପର୍କ ରଖିଥିବାରୁ ଝିଅ ଅଞ୍ଜଳି ମନlକରୁଥିବାରୁ ତାକୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ମାଡ଼ ଧର କରୁଥିଲେ l ଗତ ୧୩ ତାରିଖରେ ଅଞ୍ଜଳି ଶ୍ବଶୁର ଘର ଲୋକେ ବିନିକା ଡ଼ାକ୍ତରଖାନା ରେ ଭର୍ତ୍ତି କରିଥିଲେ l ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଚିକିତ୍ସାଧିନ ଅବସ୍ଥାରେ ଅଞ୍ଜଳି ର ମୃତ୍ୟୁ ଘଟିଥିଲା l ଅଞ୍ଜଳି କୁ ବିଷ ଦେଇ ମାରିଦେଇଥିବା ତାଙ୍କ ମାଆ ଅଭିଯୋଗ କରିଥିଲେ l ଗତକାଲି ପୁଲିସ ଉପସ୍ଥିତି ରେ ମୃତ ଅଞ୍ଜଳି ଙ୍କ ଶାଶୁ ଘର ଲୋକେ ଯୌତୁକ ସାମଗ୍ରୀ ଫେରସ୍ତ କରିଛନ୍ତି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର