December 23, 2025
Home » ଚାରଭଟା ଏସ ଏସ ଡି କଲେଜ ଛାତ୍ରାବାସ ରେ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ

ଚାରଭଟା ଏସ ଏସ ଡି କଲେଜ ଛାତ୍ରାବାସ ରେ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ

0
WhatsApp Image 2025-12-17 at 1.19.02 PM

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଚାରଭଟ୍ଟା ଏସଏସଡି କଲେଜର ଜଣେ ଛାତ୍ରଙ୍କ ମଙ୍ଗଳବାର ସନ୍ଦେହ ଜନକ ମୃତ୍ୟୁକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହେବା ସହ ଗଭୀର ଶୋକ ପ୍ରକାଶ ପାଇଛି।ହସ୍ତଗତ ସୂଚନାରୁ ପ୍ରକାଶଯେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚେରୁପାଲି ନିକଟସ୍ଥ ବଡନୁଆପାଲି ନିବାସୀ ବିଷ୍ଣୁ ସୁନାଙ୍କ ପୁଅ ଆର୍ଯ୍ୟନ ସୁନା (୧୭) ଚାରଭଟ୍ଟା ଏସଏସଡି କଲେଜ ଛାତ୍ରାବାସରେ ରହି ଯୁକ୍ତ ୨( ବିଜ୍ଞାନ) ଦ୍ଵିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ।ମଙ୍ଗଳବାର ପୂର୍ବାହ୍ନ ୧୧ ଟାରୁ ୧୧.୩୦ ମଧ୍ୟରେ ତାଙ୍କର ସହପାଠୀ ମାନେ ଆର୍ଯ୍ୟନ ବିଛଣାରେ ଅଚେତ ଅବସ୍ଥାରେ ପଡିଥିବା ଦେଖି ଅଧ୍ୟକ୍ଷା ନିବେଦିତା ହୋତାଙ୍କୁ ଜଣାଇଥିଲେ।ସଙ୍ଗେ ସଙ୍ଗେ ଆର୍ଯ୍ୟନଙ୍କୁ ଚାରଭଟ୍ଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା l

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବରପାଇ ତରଭା ଥାନା ଆଇଆଇସି ଅନିତା କିଡୋ,ଏସଆଇ ରବୀନ୍ଦ୍ର ସାହୁ,କମସରା ଫାଣ୍ଡି ଅଧିକାରୀ ସଞ୍ଚିତ ସେଠୀ,ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ,ତହସିଲଦାର ଶ୍ୱେତାଲିନା ମାହାଣା,ଡିଡବ୍ଲୁଓ ଅଚ୍ୟୁତା ନନ୍ଦ ସିଂ ଘଟଣାସ୍ଥଳରେ ପହଞ୍ଚିଥିଲେ।ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ।ମୃତ ଆର୍ଯ୍ୟନଙ୍କ ବାପାଙ୍କ ଠାରୁ ମିଳିଥିବା ରିପୋର୍ଟ ଅନୁସାରେ ତରଭା ପୋଲିସ ଏକ ଅପମୃତ୍ୟୁ କେଶ ନମ୍ବର ୭/୨୦୨୫ରେ ମାମଲା ରୁଜ୍ଜୁକରି ତଦନ୍ତ ଚଳାଇଛି।ମୃତ ଛାତ୍ରକୁ ତରଭା ଡାକ୍ତରଖାନାକୁ ଆଣି ଶବ ବ୍ୟବଚ୍ଛେଦ କରାଯାଇଛି।ବ୍ୟବଚ୍ଛେଦ ରିପୋର୍ଟ ମିଳିବାପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।ଛାତ୍ରର ମୃତ୍ୟୁକୁ ନେଇ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ହେଉଛି।ହୃଦଘାତରେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ତାଙ୍କୁ ପିଟିପିଟି ମାରିଦେଇଥିବା କେତକଙ୍କ ଠାରୁ ଶୁଣିବାକୁ ମିଳୁଛି।ଛାତ୍ରର ପରିବାର ବର୍ଗଙ୍କ ପକ୍ଷରୁ ଏଭଳି କୌଣସି ଅଭିଯୋଗ ପୋଲିସରେ ହୋଇନଥିଲେହେଁ ଘଟଣାର ତଦନ୍ତ କରାଯିବାକୁ ଏତେଲାରେ ଉଲ୍ଲେଖ ରହିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *