ଚାରିଛକରୁ ଶ୍ରୀ ଅନ୍ନ ଅଭିଯାନ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଗ୍ରାମାଞ୍ଚଳରେ ମିଲେଟ ଚାଷର ପ୍ରସାର ଓ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଏକ ନୂତନ ଯୁଗର ସୂଚନା ହୋଇଛି। ଏଲକେବିକେ ଅନୁଷ୍ଠାନ, ସରସରା ତରଫରୁ ଶ୍ରୀ ଅନ୍ନ ଅଭିଯାନ ସହାୟତାରେ ଆୟୋଜିତ ମାଣ୍ଡିଆ ସଚେତନତା ରଥ ବ୍ଲକ କୃଷି ଅଧିକାରୀଙ୍କ ଚାରିଛକ କାର୍ଯ୍ୟାଳୟରୁ ଆଜି ଶୁଭାରମ୍ଭ କରାଯାଇଛି।
ଶୁଭାରମ୍ଭ ଅବସରରେ ବ୍ଲକ କୃଷି ଅଧିକାରୀ ସବ୍ୟସାଚୀ ଦାଶ, ସହକାରୀ କୃଷି ଅଧିକାରୀ ପ୍ୟାରିମୋହନ ପୁରୋହିତ ଓ ପୁରୁଷୋତ୍ତମ ସାହୁ ଏହି ଅଭିନବ ପଦକ୍ଷେପରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଶ୍ରୀ ଅନ୍ନ ଅଭିଯାନର ବ୍ଲକ ସଂଯୋଜକ ସିତାକାନ୍ତ ସାହୁ ଉପସ୍ଥିତ ଜନତାଙ୍କୁ ଏହି ରଥ ମାଧ୍ୟମରେ ମିଲେଟର ପ୍ରଚାର-ପ୍ରସାର, ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।
ମାଣ୍ଡିଆ ଚାଷୀ ଓ ଶ୍ରୀ ଅନ୍ନ ଅଭିଯାନର କର୍ମକର୍ତ୍ତା ସଚିତାନନ୍ଦ ମିଶ୍ର ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଉଦ୍ୟମକୁ ସମର୍ଥନ ଜଣାଇ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ। ବହୁ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଯାନ ପ୍ରତି ନିଜର ଉତ୍ସାହ ପ୍ରଦର୍ଶନ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…