December 26, 2025
Home » ଚାଷୀ ଙ୍କ ଧାନ କିଣା ରେ ଅବ୍ୟବସ୍ଥା ନେଇ ଅସନ୍ତୋଷ l

ଚାଷୀ ଙ୍କ ଧାନ କିଣା ରେ ଅବ୍ୟବସ୍ଥା ନେଇ ଅସନ୍ତୋଷ l

0
WhatsApp Image 2025-03-11 at 8.14.31 PM (1)

ସୁବର୍ଣ୍ଣପୁର —ଦୀର୍ଘ ୨୪ଦିନ ଧରି କୁହୁଳୁ ଥିବା ଅସନ୍ତୋଷ ଆଜି ବିସ୍ପୋରକ ରୂପ ନେଇଥିଲା। ସମବାୟ ସଂପାଦକ, ମଣ୍ଡି ଦଲାଲ, ମିଲର ସମସ୍ତେ ମିଶି ତମାମ ରାଜ୍ୟରେ ପ୍ରତି ଚାଷୀଙ୍କ ଧାନ ଉପରୁ କ୍ବିଣ୍ଟାଲ ପିଛା ୫ରୁ ୧୦ କେଜି କାଟି ନେଉଛନ୍ତି। ଏହାରି ବିରୁଦ୍ଧରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅନଶନରେ ବସିଥିଲେ। କ୍ରମାଗତ ୨୪ ଦିନ କାଳ ଅନଶନରେ ବସିବା ପରେ ମଧ୍ୟ ମୋହନ ସରକାରଙ୍କର ଜଣେ ବି ମନ୍ତ୍ରୀ କି ଅଫିସର ଆଲୋଚନା ପାଇଁ ଆସିନଥିଲେ। କେବଳ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଜିଲ୍ଲା ସ୍ତରୀୟ ଅଫିସରମାନେ ଆଲୋଚନା ପାଇଁ ଆସିଥିଲେ।

କିନ୍ତୁ ପ୍ରକୃତରେ ଯେଉଁମାନେ ଏ ଦୁର୍ନିତୀରେ ସଂପୃକ୍ତ ବା ଯେଉଁ ନିର୍ଦ୍ଧିଷ୍ଟ ବିଭାଗର ମନ୍ତ୍ରୀ ଓ ସଚିବମାନେ ଏହି ଦୁର୍ନିତୀରେ ନିର୍ଣ୍ଣାୟକ ଭୂମିକା ନେଇପାରିବେ, ସେମାନେ ଏ ପର୍ଯ୍ୟନ୍ତ ଧରା ଛୁଆଁ ଦେଲେନି। ସରକାର ଆଲୋଚନାକୁ ନଆସିବାରୁ ଅକ୍ଷୟ କୁମାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ଯେ, ସରକାର ଆଲୋଚନାକୁ ଆସିଲେ ନାହିଁ, ଆମେ ଆଲୋଚନା ପାଇଁ ପଦଯାତ୍ରାରେ ସରକାରଙ୍କ ପାଖକୁ ଯିବା। ଆଜି ଏହି ପଦଯାତ୍ରା ବାହାରିବା ପୂର୍ବରୁ ପ୍ରାୟ ସକାଳ ୯ଟା ବେଳେ ଯୁବଛାତ୍ର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀଙ୍କୁ ପୋଲିସ କୌଶଳ କରି ଉଠାଇନେଇଥିଲା। ଏହାକୁ ନେଇ ସଂଗଠନ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଚାଷୀମାନେ କିଭଳି ଲୋୟର୍ ପିଏମଜି ଆଡ଼କୁ ଆଗ୍ରସର ହୋଇ ନପାରିବେ ସେଥିପାଇଁ ପୋଲିସ ନବନିର୍ମାଣ ରାଜ୍ୟ କାର୍ଯ୍ୟାଳୟ ଚାରି ପାଖରେ ପୋଲିସ ବ୍ୟାରିକେଡ଼ ର ବ୍ୟବସ୍ଥା କରିଥିଲା। ହେଲେ ଚାଷୀମାନେ ହନୁମାନ ଭଳି ବ୍ୟାରିକେଟକୁ ଡେଇଁ ନବନିର୍ମାଣ ରାଜ୍ୟ କାର୍ଯ୍ୟାଳୟରେ ସମସ୍ତ ଚାଷୀମାନେ ସେଠାରେ ପହଞ୍ଚିଥିଲେ। ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ବରେ ଶହ ଶହ ଚାଷୀ ଯୋଗଦେଇ ପଦଯାତ୍ରାରେ ବାହାରିଥିଲେ। ପ୍ରଥମେ ନୂଆ ବିଏମସି ଅଫିସ ନିକଟରେ ପୋଲିସ ଚାଷୀମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା। ଚାଷୀମାନେ ପୋଲିସ ବ୍ୟାରିକେଡ଼ କୁ ଫୋପାଡ଼ି ରାମ ମନ୍ଦିର ରାଜ ରାସ୍ତାରେ ଯାଇ ସିଧା ମାଷ୍ଟର କ୍ୟାଣ୍ଟିନ ଚାଲିଥିଲେ। ପରେ ମାଷ୍ଟର କ୍ୟାଣ୍ଟିନ ଦେଇ ଲୋୟର ପିଏମଜି ଭିତରକୁ ପ୍ରବେଶ କରିବେ ବୋଲି ପୋଲିସ ଚାଷୀଙ୍କୁ ଅବରୋଧ କରିବା ପାଇଁ ସମସ୍ତ କୌଶଳ ଅବଲମ୍ବନ କରିଥିଲେ ହେଁ ଚାଷୀମାନେ ପୋଲିସକୁ ଚକମା ଦେଇ ମାଷ୍ଟର କ୍ୟାଣ୍ଟିନ ଆରପଟ ଗଳି ଭିତର ରାସ୍ତା ଦେଇ ବିଧାନସଭା ଆଡ଼କୁ ମୁହାଁଇ ଥିଲେ। ପୋଲିସର ବ୍ୟାରିକେଟ, ପାଣି ମାଡ଼, ବର୍ଜର ମାଡ଼ ଆଦି ସମସ୍ତ କୌଶଳ ଚାଷୀଙ୍କ ସାମ୍ନାରେ ଫେଲ୍ ମାରିଥିଲା। ଚାଷୀମାନେ ପୋଲିସକୁ ଚକମା ଦେଇ ସଚିବାଳୟ ପାଖାପାଖି ପହଞ୍ଚିଥିଲେ। ବିଧାନସଭା ପାଖରେ ଖଣ୍ଡ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଷୀଙ୍କୁ ଅଟକାଇବା ପାଇଁ ପୋଲିସ ନାକେଦମ୍ ହୋଇଯାଇଥିଲା। ସେଠାରୁ ଶହ ଶହ ବିକ୍ଷୋଭକାରୀ ଚାଷୀ ଓ ଯୁବଛାତ୍ର ସଂଗଠନ କର୍ମୀଙ୍କୁ ପୋଲିସ ଗିରଫ କରିଥିଲା। ସେଠାରେ ଅକ୍ଷୟ କୁମାର ଓ ଢେଙ୍କାନାଳ ପ୍ରଭାରୀ ଅଶ୍ବନୀ ଜେନା ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପରେ ଶ୍ରୀ କୁମାର କବି ଶୈଳଜ ରବିଙ୍କ ହାତରୁ ଫଳ ରସ ପିଇ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଅନଶନ ଭାଙ୍ଗିଥିଲେ।
ସେହିଭଳି ରାଜ୍ୟ ବିଜେଡ଼ି ପକ୍ଷରୁ ଆନ୍ଦୋଳନ ସମର୍ଥ ଜଣାଇବାକୁ ନବନିର୍ମାଣ ରାଜ୍ୟ କାର୍ଯ୍ୟାଳୟରେ ବିଜେଡ଼ି ନେତୃତ୍ବ ବୃନ୍ଦ ପହଞ୍ଚିଥିଲେ। ପୂର୍ବତମ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ ପ୍ରମୁଖ ଅନଶନ ସମାପ୍ତ ସ୍ଥଳୀରେ ପହଞ୍ଚି ସରକାରଙ୍କର ଚାଷୀ ଉପେକ୍ଷା ନୀତିର ସମାଲୋଚନା କରିଥିଲେ। ବିଜେଡ଼ି ରାଜ୍ୟ ନେତୃତ୍ବ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ବିଜେପି ସରକାର ଆନାଲାଇଜର ମେସିନ ଆଣିଛନ୍ତି କେବଳ ଧାନ କଟନୀ ଛଟନୀକୁ ବୈଧ କରିବା ପାଇଁ। ମିଲର ରାଜ ସୃଷ୍ଟି କରିବାରେ ରାଜ୍ୟ ବିଜେପି ଦଳ ନୂଆ ଇତିହାସ ସୃଷ୍ଟି କରିଛି। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପ୍ରଫୁଲ ସାମଲ ପ୍ରମୁଖ ଚାଷୀଙ୍କୁ ସ୍ବାର୍ଥ ପାଇଁ ବିଜେଡ଼ି ସବୁବେଳେ ସମର୍ଥନ ଦେବ ବୋଲି କହିଥିଲେ।
ଆଜିର ଏହି ବିକ୍ଷୋଭରେ ନବନିର୍ମାଣ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ, ରାଜ୍ୟ କମିଟି ସଦସ୍ୟ ରଣଜିତ ପଟ୍ଟନାୟକ, ବିଳାସିନୀ ମାହାନ୍ତ, ଖଗେଶ୍ବର ମାହାନ୍ତ, ରାଇମଣୀ ବିଶ୍ବାଳ, ଜତି ପ୍ରଧାନ, ପ୍ରସନ୍ନ ପ୍ରଧାନ, ଦେବୀ ପ୍ରସାଦ ମହାରଣା, ପ୍ରହଲ୍ଲାଦ ସାହୁ, ବାବୁ ରାମ ଚୌଧୁରୀ, ଦଣ୍ଡାସୀ ଖଣ୍ଡୁଆଳ, ଜାହିର ଖାଁ, ବିଚିତ୍ର ପଣ୍ଡା, ଲକ୍ଷ୍ମୀଧର ପ୍ରଧାନ, ଦୋଳଗୋବିନ୍ଦ ସାହୁ, ଦୁର୍ଗାଚରଣ ସ୍ବାଇଁ, ପ୍ରଦ୍ୟୁମ୍ନ ପାଢ଼ୀ, ହିଂମାଶୁ ଶେଖର ସାହୁ, ଲିଙ୍ଗରାଜ ପ୍ରଧାନ, ପ୍ରାଣବନ୍ଧୁ ପଲାଇ, ସୁନୀଲ ଶେକ୍, ଅମିତ ଜେନା, ସୃତି ରଂଜନ ସାମଲ, ଜାହିର ଖାନ, ହବିବ୍ ସେକ୍, ତ୍ରିଲୋଚନ ପଣ୍ଡା, ସତ୍ୟ ରଂଜନ ନାୟକ, ପ୍ରଭାତ ମାହାଳିକ, ସୁଧାକର ପରିଡ଼ା, ଶୁଭସ୍ମିତା ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *