April 16, 2026
Home » ଚିକିଟି ଅଞ୍ଚଳରେ ବେଆଇନ୍ ଇଟାଭାଟି : ରାଜସ୍ୱ ହାନି !

ଚିକିଟି ଅଞ୍ଚଳରେ ବେଆଇନ୍ ଇଟାଭାଟି : ରାଜସ୍ୱ ହାନି !

0
WhatsApp Image 2026-04-16 at 4.28.14 PM

 

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକିଟି ବ୍ଲକ୍ ଅଞ୍ଚଳରେ ବେଆଇନ୍ ଇଟାଭାଟି ବହୁ ବର୍ଷ ଧରି ନିର୍ମାଣ ହୋଇ ଆସିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗି ରହୁଛି ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ ହୋଇଛି ।ଏକ କିମି ଦୂରରେ ଗୋଟିଏ ଗୋଟିଏ ଶିଳ୍ପାନୁଷ୍ଠାନ ରହିବା ବଦଳରେ ବେଆଇନ୍ ଭାବେ ଏଠାରେ ବହୁଳ ଇଟାଭାଟି ଗଢିଉଠିଛି ।
କୁଟୀର ଶିଳ୍ପ, ଅବା ଇଟାଭାଟି ରହିବା ଏକ କିମି ବ୍ୟବଧାନରେ ରହିବା ବଦଳରେ ପାଖରେ ପାଖରେ ବହୁ ଇଟାଭାଟି ଯାହାକି ୨ଶହ ମିଟର ରୁ ୫ଶହ ମିଟର ମଧ୍ୟରେ ଏଠାରେ ଇଟାଭାଟି ଗଢିଉଠିଥିବା ଅଭିଯୋଗ ହୋଇଛି ।ପ୍ରକାଶ ଥାଉକି, ସରକାରୀସ୍ତରରେ ଚଞ୍ଚକତା କରି ଇଟାଭାଟି ମାଲିକ ମାନେ ଏନ୍.ଓ.ସି. ପାଇଥିବା ଜଣାଯାଇଛି । ଯାହା ଫଳରେ କି ଇଟାଭାଟି ମାଲିକ ମାନେ ବେଶ୍ ମାଲାମାଲ୍ ହୋଇ ଉଠିଛନ୍ତି ।
ଇଟାଭାଟି ମାନଙ୍କରୁ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେବା ସାଂଗକୁ କଟୁ-ଦୂଷିତ ଧୂଳି, ଧୂଆଁ ବାହାରୁଥିବା ପାଉଁଶ ଆଦି ଏହି ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ଯ ପକ୍ଷେ ହାନି କାରକ ହେଉଥିବା କୁହାଯାଉଛି ।ଯାହାକି ମାନବ ସମ୍ବଳ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ।ସ୍ଥାନୀୟ ଜନସାଧାରଣ କଷ୍ଟ ଶିକାର ହେଉଥିବା ଅତ୍ୟନ୍ତ କ୍ଷୋଭ ର ବିଷୟ ହୋଇଛି ।ସୂଚନା ଯୋଗ୍ୟ ଯେ’ ଚିକିଟି ବ୍ଲକ୍ ଅଞ୍ଚଳର ସମ୍ପୃକ୍ତ ଅଞ୍ଚଳ ଯଥା – କେ.ନୂଆଗାଁ ଏବଂ ଟି. ବ୍ରହ୍ମପୁର ଅଞ୍ଚଳର ଗରୀବ ନିରାଶ୍ରୟ ଚାଷୀ, ଖଟିଖିଆ, ଦଳିତ ପରିବାର ଲୋକଙ୍କର ସାଧାରଣଜୀବନ ଚଳଣିରେ ବାଧା ଉପୁଜିଛି । ଶିଳ୍ପ ସଂସ୍ଥା ର ମାଲିକମାନେ ବେଶ୍ ମାଲାମାଲ୍ ହୋଇ ଉଠିଛନ୍ତି । କିନ୍ତୁ ବାସ୍ତବିକ୍ ଭାବେ ସରକାରଙ୍କୁ ଯେତିକି ରାଜସ୍ୱ ଟିକସ ଦେବା କଥା ସେତିକି ପରିମାଣରେ ନ ଦେଇ ଭାଟି ମାଲିକମାନେ ନିଜର ସରକାରୀ ଗୋପନୀୟ ତଥ୍ୟ କୁ ଲୁଚାଇ ରଖିବା ଫଳରେ ବହୁ ଗୁଣରେ ଲକ୍ଷାଧିକ ଟଙ୍କା ବର୍ଷ ବର୍ଷ ସଂଖ୍ୟାରେ ରାଜସ୍ୱ ହାନି ଘଟୁଥିବା ସାଧାରଣରେ କୁହାଯାଏ ।ସମ୍ପୃକ୍ତ ଅଞ୍ଚଳବାସୀ ପ୍ରଦୂଷଣ ନିୟନ୍ତ୍ରଣ କରିବା ପକ୍ଷେ କଷ୍ଟକର ବ୍ୟାପାର ହୋଇଛି । ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକେ ସେଠାରେ ଭିଟାମାଟିକୁ ଆଦରି ନେଇ ସେମାନଙ୍କ ଜୀବନ ଜୀବିକାରେ ଘୋର କ୍ଷତି ଘଟୁଛି ।ବିଷାକ୍ତ ଗ୍ୟାସ୍ ନିର୍ଗତ ଧୂଳି ଧୂଆଁ ରେ ଲୋକେ ରୋଗ ବ୍ୟାଧିରେ ପୀଡିତ ହେଉଛନ୍ତି । ଅନେକଙ୍କ ଜୀବନ ହାନି ଘଟୁଛି । ଏଭଳି ଅସ୍ଵାସ୍ଥ୍ୟକର ପରିବେଶରେ ଚଳିବା କଷ୍ଟକର ହୋଇଛି ।ଏ ନେଇ ଗଞ୍ଜାମ ଜିଲ୍ଲାପାଳଠାରେ ବୁଧବାର ଏକ ପ୍ରତିନିଧି ମଣ୍ଡଳୀ ଅଭିଯୋଗ କରିଛନ୍ତି । ଆମ୍ ଆଦମୀ ପାର୍ଟି ର ଗଞ୍ଜାମଜିଲ୍ଲା ଯୁବସଭାପତି ପି. ନୀଳକଣ୍ଠ ରେଡ୍ଡୀ ଙ୍କ ନେତୃତ୍ୱରେ ଚିକିଟି ନିର୍ବାଚନ ମଣ୍ଡଳୀ ପ୍ରାର୍ଥି ଡି. ଶ୍ରୀନିବାସ ରେଡ୍ଡୀ ଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ୱି କୀର୍ତ୍ତି ଭାସନ୍ ଙ୍କୁ ଭେଟି ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଖୁବ୍ ଶୀଘ୍ର ଏହାର ସମାଧାନ କରିବାକୁ ସେମାନେ ଦାବୀ କରିଛନ୍ତି ।।

 

muna behera nka report epa news

Leave a Reply

Your email address will not be published. Required fields are marked *