March 14, 2026
Home » ଚୋରା ଗଞ୍ଜେଇ କାରବାର ରେ ଅବକାରୀ ବିଭାଗ ପକ୍ଷରୁ ତିନି ଗିରଫ

ଚୋରା ଗଞ୍ଜେଇ କାରବାର ରେ ଅବକାରୀ ବିଭାଗ ପକ୍ଷରୁ ତିନି ଗିରଫ

0
WhatsApp Image 2026-03-14 at 10.42.09 AM (1)

 

ସାତ କିଲୋ ୪ସହ ଗ୍ରାମ ଗଞ୍ଜେଇ ଜବତ…

ଚୋରା ଗଞ୍ଜେଇ କାରବାର ଘଟଣାରେ ଆଜି ଧର୍ମଗଡ଼ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଓ ସହକାରୀ ଅଧୀକ୍ଷକ ସାଗରିକା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୁକ୍ରବାର ଧର୍ମଗଡ଼ ସହରର ବସ୍ତି ପଡା ରେ ଚଢାଉ କରାଯାଇ ଗୁଣନିଧି ନାଏକ ଙ୍କ ଠାରୁ ୩କେଜି ଗଞ୍ଜେଇ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା।ସେହିପରି କୋକସରା ଥାନା ଅଧିନସ୍ଥ ପଲସା ପଡା ଠାରେ ଚଢାଉ କରାଯାଇ ଭୁବନେଶ୍ୱର ମେହେର ଓ ଅରକ୍ଷିତ ମେହେର ଙ୍କ ଠାରୁ ମୋଟ ୪କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା। ଧର୍ମଗଡ଼ ଅବକାରୀ ଥାନାରେ ଏନେଇ ଦୁଇଟି ପୃଥକ ମାମଲା ରୁଜ୍ଜୁ କରାଯାଇ ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉ ରେ ଧର୍ମଗଡ଼ ଅବକାରୀ ନିରୀକ୍ଷକ ଅରୁଣ କୁମାର ଯୋଶୀ,ଧର୍ମଗଡ଼ ଓଆଇସି ପ୍ରତିମା ବେହେରା, ଜୁନାଗଡ ଓଆଇସି ଲକ୍ଷ୍ମୀ ପ୍ରିୟା ମଲ୍ଲିକ, ଜୟପାଟଣା ଓଆଇସି ସୁରେଶ ଭୋଇ, କୋକସରା ଓଆଇସି ଗୁପ୍ତେଶ୍ୱର ପଟେଲ ଓ ଅନ୍ୟମାନେ ସାମିଲ ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *