ଚୋରା ଗଞ୍ଜେଇ ଚାଲାଣ , ୫୦ କେଜି ଗଞ୍ଜେଇ ସହ ବ୍ୟବହୃତ ଆମ୍ବୁଲାନ୍ସ ଗାଡି ଜବତ : ୨ ଗିରଫ

।
ସୁବର୍ଣ୍ଣପୁର — ଚୋରା ଗଞ୍ଜେଇ ଚାଲାଣ ମାମଲାରେ ୨ ଅଭିଯୁକ୍ତକୁ ଗିରଫ ସହ ଏକ ଆମ୍ବୁଲାନ୍ସ ଗାଡି ଜବତ କରିଛି ସୁବର୍ଣ୍ଣପୁର ଅବକାରୀ ବିଭାଗ। ଅବକାରୀ ବିଭାଗ ମୋବାଇଲ ୟୁନିଟ୍ ପକ୍ଷରୁ ସୁବର୍ଣ୍ଣପୁର ସହରର ବୁଢ଼ାରଜା ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଗତକାଲି ଦିନ ପ୍ରାୟ ୧୧ ବେଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟରୁ ଆସୁଥିବା ଆମ୍ବୁଲାନ୍ସ ଗାଡି ଟି ( ନମ୍ବର ବିହୀନ ଗାଡି ) ଆସୁଥିବା ବେଳେ ତାକୁ ସନ୍ଦେହରେ ବୁଢ଼ାରଜା ଛକରେ ଅଟକ ରଖି ତନଖି ସମୟରେ ସେଥିରୁ ୫୦ କେଜି ଗଞ୍ଜେଇ ମିଳିଥିଲା। ଆମ୍ବୁଲାନ୍ସ ଗାଡିରେ ଥିବା ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଜିଲ୍ଲା ନନ୍ଦଘାଟ ଥାନାର ସଞ୍ଜିତ ଶର୍ମା (୪୦) ଓ ନଦିଆ ଜିଲ୍ଲା ଶାନ୍ତିପୁର ଥାନା ର ବୁଦ୍ଧଦେବ ମେହେଟୋ(୪୦) ବର୍ଷଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନେ ଏହା ବୌଦ୍ଧ ଜିଲ୍ଲାରୁ ପଶ୍ଚିମବଙ୍ଗ ରାଜ୍ୟ କୁ ଚାଲାଣ କରୁଥିବା ସୂଚନା ଦେଇଛନ୍ତି। ଏ ନେଇ ସୁବର୍ଣ୍ଣପୁର ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ୫୭/୨୫ /୨୬ରୁଜୁ ହୋଇଛି। ବିଭାଗ ପକ୍ଷରୁ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଆମ୍ବୁଲାନ୍ସ ଗାଡି ଓ ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତଙ୍କୁ ଗତକାଲି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉରେ ଅବକାରୀ ଅଧୀକ୍ଷକ ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ ଇନ୍ସପେକ୍ଟର ପ୍ରକାଶ କୁମାର ସା, ଇନ୍ସପେକ୍ଟର ହରପ୍ରସାଦ ରଣା, ଓଆଇସି ଶାନ୍ତନୁ ପଟ୍ଟନାୟକ, ଏଏସଆଇ ଲୋକନାଥ ବେହେରା , ଏଏସ ଆଇ ସନ୍ତୋଷ କୁମାର ସ୍ଵାଇଁ,ଏଏସଆଇ ଅଭିଳାଷ ବେହେରା ପ୍ରମୁଖ ସାମିଲ ହୋଇଥିଲେ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..