ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସ୍ପର୍ଶ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର: ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଟି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ରିକାପଲ୍ଲୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଅଲେଖ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କୁଷ୍ଠ ରୋଗ ଉପରେ ବିସ୍ତୃତ ଆଲୋଚନା କରି ବୈଜ୍ଞାନିକ ତଥ୍ୟ ଦେଇ ବିଭିନ୍ନ ଭ୍ରାନ୍ତ ଧାରଣା ରୁ ନିବୃତ ରହିବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରିତା ରଥ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ବୈଜ୍ଞାନିକ ଜ୍ଞାନ ଓ ସଠିକ୍ ତଥ୍ୟ ଆବଶ୍ୟକ ତେଣୁ ସଦାସର୍ବଦା ସଠିକ୍ ତଥ୍ୟ ଗ୍ରହଣ କରିବା ଉଚିତ୍ ବୋଲି ମତ ପ୍ରକାଶ କରିଥିଲେ ଏବଂ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଆୟୋଜକ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷୟତ୍ରୀ ଉଷାରାଣୀ ପଣ୍ଡା,ବବିତା ପଟ୍ଟନାୟକ,ଅଶୋକ କୁମାର ପଣ୍ଡା ପ୍ରମୁଖ ମତ ରଖିଥିଲେ । କନିଷ୍ଠ ଚିକିତ୍ସାଳୟ ପରିଚାଳକ ଗଣେଶ ନାହାକଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ସ୍ବାସ୍ଥ୍ୟ ପରାମର୍ଶ ଦାତା ଡି ଦେବହରି ରେଡ୍ଡୀ ପରିକଳ୍ପନା ଓ ସଂଯୋଜନା କରିଥିବା ବେଳେ ପି ତାର୍କେଶ୍ ରାଓ, ସହଦେବ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ କୁଇଜ୍ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଅଞ୍ଜନା ବେହେରା, ଲକ୍ଷ୍ମୀ ନାୟକ, ଓମ୍ ନାୟକ ଓ ଦୀପ୍ତି ସାହୁ ପ୍ରମୁଖଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ବଣ୍ଟନ କରାଯାଇଥିଲା ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
