November 13, 2025
Home » ଛତ୍ରପୁରଠାରେ ସମସ୍ତ ସ୍କୁଲକୁ ନେଇ ବ୍ଲକ୍ ସ୍ତରୀୟ କ୍ରୀଡା ଉତ୍ସଵ

ଛତ୍ରପୁରଠାରେ ସମସ୍ତ ସ୍କୁଲକୁ ନେଇ ବ୍ଲକ୍ ସ୍ତରୀୟ କ୍ରୀଡା ଉତ୍ସଵ

0
WhatsApp Image 2025-09-03 at 9.27.56 PM

!

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ମିନି-ଷ୍ଟାଡିୟମ ଠାରେ ସମସ୍ତ ସ୍କୁଲକୁ ନେଇ ବ୍ଲକ୍ ସ୍ତରୀୟ କ୍ରୀଡା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଉତ୍ସବରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୁପେ ଛତ୍ରପୁରବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଦୀପ ପ୍ରଜ୍ଵଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ସର୍ବୋପରି ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରି କ୍ରୀଡା ଉତ୍ସବକୁ ଶୁଭାରମ୍ଭ କରିଥିଲେ ।ସୂଚନା ଥାଉକି, ଛତ୍ରପୁର ବ୍ଲକ୍ ର ସମସ୍ତ ସ୍କୁଲକୁ ନେଇ ୪ ଟି ଜୋନାଲ୍ ରେ ବିଭକ୍ତ କରି ଗତ ୨୫ ତାରିଖରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତଯୋଗିତା ଅନୁଷ୍ଠିତ ହୋଇଥିଲା l ଯେଉଁମାନେ ସେଥିରେ କୃତକାର୍ଯ୍ୟ ହୋଇଥିଲେ, ତାଙ୍କୁ ନେଇ ବୁଧବାର ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଛି lଏହି ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଛତ୍ରପୁର ବ୍ଲକ୍ ର ୩୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି l
ଆଜିର ଉକ୍ତ କ୍ରୀଡା ଉତ୍ସଵରେ ବିଭିନ୍ନ ପ୍ରତିଯୋଗିତା ତଥା – କବାଡି, ଖୋ ଖୋ , କ୍ରିକେଟ, ଦୌଡ଼, ଭଳିବଲ୍, ଫୁଟବଲ ଆଦି ପ୍ରତିଯୋଗିତା ହୋଇଥିଲା l ଆଗାମୀ ସେପ୍ଟମ୍ବର ୧୫ ତାରିଖରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅୟୋଜନ କରାଯିବ ବୋଲି ଛତ୍ରପୁର ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଅନୁସ୍ଲୋ ଶିକ୍ଷାନୁଷ୍ଠାନ ର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ ସମସ୍ତ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ,ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।।

 

chatrapur ru muna behera nka report epa news

Leave a Reply

Your email address will not be published. Required fields are marked *