December 20, 2025
Home » ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା:ରୁଜୁ ହେଲା ହତ୍ୟା ମାମଲା l

ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା:ରୁଜୁ ହେଲା ହତ୍ୟା ମାମଲା l

0
WhatsApp Image 2025-12-20 at 4.27.08 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ଅନ୍ତର୍ଗତ ଚାରଭଟା ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ଜଣେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ( ବିଜ୍ଞାନ) ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାସହ ପ୍ରଥମରୁ ହିଁ ଆଶ୍ରମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସହକାରୀ ଅଧିକ୍ଷକ ଅରବିନ୍ଦ ମହାକୁର ଙ୍କୁ ନିଲମ୍ବନ ଆଦେଶ ଦେଇଥିଲେ। ମୃତ ଛାତ୍ର ଙ୍କ ବାପା ଡୁଙ୍ଗୁରିପାଲି ଥାନା ଚେରୁପାଲି ନିକଟସ୍ଥ ବଡ଼ନୁଆପାଲି ଗାଁର ବିଷ୍ଣୁ ସୁନା ଘଟଣା ଦିନ ଖବର ପାଇ ଆସିବାପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ପୁଅର ସ୍ଵାଭାବିକ ମୃତ୍ୟୁ ହୋଇଛି ବୋଲି କହିଥିଲେ ହେଲେ ତାଙ୍କ ପୁଅର ବାମ ପାଖ କାନରେ ରକ୍ତ ଜମାଟ ବାନ୍ଧିଥିବା ,ଅଣ୍ଡକୋଷ ଫୁଲିଥିବା, ପିଠି ଓ ଜଂଘ ରେ ବାଡି ଦ୍ଵାରା ଆଘାତ ଚିହ୍ନ ଥିବା ଜାଣିବାପରେ ଗତକାଲି ଦିନ ୪ଟା ସମୟରେ ତାଙ୍କ ପୁଅ କୁ କେହି ପିଟିପିଟି ହତ୍ୟାକରିଛି ଓ ଏହା ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗତକାଲି ତରଭା ଥାନାରେ ଲିଖିତ ଅଭିଯୋଗ ଦେବାପରେ ଘଟଣା ଟି ଭିନ୍ନ ମୋଡ଼ ନେଇଥିଲା। ତାଙ୍କ ପୁଅ ଆର୍ଯ୍ୟନ ସୁନା (୧୭) ଅନ୍ୟ କାରଣରୁ ନୁହେଁ ବରଂ ତାଙ୍କ ର କିଛି ଜଣ ସହପାଠୀ ମିଶି ରାତିସାରା ଆର୍ଯ୍ୟନ୍ କୁ ବିଭିନ୍ନ ପ୍ରକାରର ଶାରିରୀକ ନିର୍ଯ୍ୟାତନା ଦେବାସହ ମାରପିଟ୍ କରିବାଦ୍ୱାରା ତାହାର ମୃତ୍ୟୁ ହୋଇଛି। ଏହାର ଉପଯୁକ୍ତ ତଦନ୍ତ କରି ହତ୍ୟାକାରୀ ଙ୍କୁ ଗିରଫ କରିବାପାଇଁ ସେ ଏତାଲା ରେ ଦର୍ଶାଇଛନ୍ତି। ଏତାଲାକୁ ଭିତ୍ତିକରି ଏକ ହତ୍ୟା ମାମଲା ନଂ. ୩୫୧/୨୦୨୫ ରୁଜୁ ହୋଇଛି । ତଦନ୍ତ ଭାର ତରଭା ଆଇଆଇସି ଅନିତା କିଡୋ ନେଇ ଅଧିକ ତଦନ୍ତ ଜାରି ରଖିଛନ୍ତି। ପ୍ରକାଶ ଯୋଗ୍ୟ ଯେ ଗତକାଲି ୪ଟାରେ ସୁବର୍ଣ୍ଣପୁର ଜିଲ୍ଲା ଲକ୍ଷେଘର ଗଣ୍ଡା ସମାଜ ପକ୍ଷରୁ ତରଭା ଥାନା ସମ୍ମୁଖରେ ଆର୍ଯ୍ୟନ ର ମୃତ୍ୟୁ ର ସଠିକ ତଦନ୍ତ କରାଯାଇ ଦୋଷୀ ମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଥିଲା। ଏହି ବିକ୍ଷୋଭ ରେ ଜିଲ୍ଲା ସଭାପତି ମାଧବ କୁମ୍ଭାର, ବ୍ଲକ ସଭାପତି ଶୁସିଲ ମଲ୍ଲିକ, ପ୍ରକାଶ ହରିପାଲ , ତରଣିସେନ୍ ବାରିକ, କୋଶଳେଶ୍ୱର ସୁନା, ଲକ୍ଷ୍ମଣ ଭରାସାଗର, ମହେନ୍ଦ୍ର ସୁନା, ସୁବାଷ ସୁନା ପ୍ରମୁଖ ନେତୃତ୍ୱ ନେଇଥିଲେ। ଘଟଣା ସ୍ଥଳକୁ ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ପହଞ୍ଚି ଘଟଣାକୁ ତୀକ୍ଷ୍ଣ ନଜର ରଖିଥିବା ବେଳେ ଅଧିକ ତଦନ୍ତ କରାଯାଇ ଦୋଷୀ ମାନଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି ଆଇଆଇସି ଅନିତା କିଡୋ ପ୍ରକାଶ କରିଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *