ଛାପା ଗଣମାଧ୍ୟମ ର ଗୁରୁତ୍ୱ ରହିଛି

ଭୁବନେଶ୍ବର- ଗତ ସପ୍ତାହରେ ଥାଇଲାଣ୍ଡର କର୍ବୀ ଠାରେ ୩ ଦିନ ବ୍ୟାପି ଛାପା ଗଣମାଧ୍ୟମ ର ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଅଧିବେଶନରେ ନିମନ୍ତ୍ରିତ ଅତିଥି, ବ୍ୟାଙ୍କକକ୍ ମହାନଗର ର ମୁଖ୍ୟ ପ୍ରତିନିଧି କ୍ୟୁରାଟଓ ସର୍ଚ ଲାଇଟ୍ ର ଏଡ଼ିଟର ଏଥମ୍ବ ସମେତ ବହୁ ସାମ୍ବାଦିକ ଯୋଗଦେଇ ଯୁଧ୍ୟକୁ ଏଡ଼ାଇ ବିଶ୍ଵ ରେ ଶାନ୍ତି ଆଣିବାକୁ ମତ ପ୍ରକାଶ କରିଥିଲେ। ବିଦ୍ୟୁତ ଗଣ ମାଧ୍ୟମ ର ଦୃତ ଉନ୍ନତି ଘଟିଥିଲେ ମଧ୍ୟ ପ୍ରିଣ୍ଟ ମିଡିଆ ର ଗୁରୁତ୍ଵ ଓ ମହତ୍ତ୍ୱ ରହିଛି। ଫୁ କେଟଓପଟାଙ୍ଗ ର ଗଣମାଧ୍ୟମ ଚିଫ୍ ପି ବରାମ ଓ ତୁମ୍ଭନା ବିଶ୍ଵ ସାମ୍ବାଦିକ ମାନଙ୍କ ନିରାପତ୍ତା ଓ ଆର୍ଥିକ ସୁବିଧା ସମ୍ପର୍କରେ ସନ୍ଦର୍ଭ ଉପସ୍ଥାପିତ କରିଥିଲେ।
ଏହା ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା। ବିଭିନ୍ନ ରାଷ୍ଟ୍ରର ଶତାଧିକ ବରିଷ୍ଠ ସାମ୍ବାଦିକ, ସମ୍ପାଦକ ଓ ବ୍ୟୁରୋ ଚିଫ୍ ମାନେ ଯୋଗ ଦେଇଥିଲେ। ଓଡ଼ିଶାର ଏକମାତ୍ର ପ୍ରତିନିଧି ରୂପେ ‘ ବିରଜାଭୂମି ” ର ସମ୍ପାଦକ ନିର୍ମଳ ଚନ୍ଦ୍ର ସାମଲ ଯୋଗ ଦେଇଥିଲେ। ସମ୍ମୀଳନୀ ପରେ ଦିଲ୍ଲୀ ଓ ଓଡିଶାର କେତେକ ପର୍ଯ୍ୟଟକ ମାନଙ୍କ ସହ ଥାଇଲାଣ୍ଡର ଫୁକେଟ, ପଟାଙ୍ଗ, କାର୍ଣ୍ଣିଭାଲ ଫେଷ୍ଟିଭାଲ , ମୁକେଫିଫି ଜାତୀୟ ପାର୍କ ସମେତ ବହୁ ଦର୍ଶନୀୟ ଓ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିଥିଲେ। ଦିଲ୍ଲୀ ର ସିମାଲାଲ୍ , ଅଂଶୁଲାଲ୍ ଓ ପବନ କୁମାର ଭାରତୀୟ ସାମ୍ବାଦିକ ମାନଙ୍କର ନେତୃତ୍ଵ ନେଇଥିଲେ।